Get Updates
Get notified of breaking news, exclusive insights, and must-see stories!

ଆନ୍ଧ୍ର ସରକାର ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଲା ବିଜେପି

ନୂଆଦିଲ୍ଲୀ: ଦେଶରେ ଏବେ ରାଜନୈତିକ ମାହୋଲ ରହିଛି ବେସ୍ ଉଷ୍ମ । ନେତା ଗ୍ରାଉଣ୍ଡରେ କରୁଛନ୍ତି ଜୋରଦାର ପ୍ରଚାର । ଆଉ ଏଭଳି ମାହେଲ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏବେ ଏନଡିଏ କର୍ମୀଙ୍କ ବିରୋଧରେ ସରକାରୀ କଳର ଅପବ୍ୟବହାର ଅଭିଯୋଗରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କୁ ଭେଟି ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂ, ଓମ୍ ପାଠକ, ତେଲୁଗୁ ଦେଶମ ପାର୍ଟି ସଦସ୍ୟ କେ ରବୀନ୍ଦ୍ର କୁମାର, ଜନସେନା ପାର୍ଟି ଅଧ୍ୟକ୍ଷ ଏନ୍ ମନୋହର ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀରେ କମିଶନଙ୍କୁ ଭେଟିଥିଲେ । ବୈଠକ ପରେ ଅରୁଣ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଶାସକ ରାଜ୍ୟ ସରକାରଙ୍କ ସପକ୍ଷରେ କାମ କରିବା ପାଇଁ ସରକାରୀ କଳ ଉପରେ ଚାପ ପକାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ପ୍ରତିନିଧି ଦଳ ଦାବି କରିଛି ।

Election Commission

ସମ୍ବେଦନଶୀଳ ନିର୍ବାଚନ କେନ୍ଦ୍ରଗୁଡ଼ିକରେ ଭିଡିଓଗ୍ରାଫି ଓ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ କରିବାକୁ ସେମାନେ ଦାବି କରିଛନ୍ତି ଜନସେନା ପାର୍ଟି ଅଧ୍ୟକ୍ଷ ଏନ୍ ମନୋହର କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସ୍ଥିତିକୁ ନେଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+