୧୨ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ
ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ଆର୍ଥିକ ବର୍ଷ ୨୦୨୬ରେ ଏହାର କର୍ମଚାରୀ ସଂଖ୍ୟା ୨ ପ୍ରତିଶତକୁ ହ୍ରାସ କରିବ। ଫଳରେ ୧୨ ହଜାରରୁ ଅଧିକ କର୍ମଚାରୀ ସେମାନଙ୍କର ଚାକିରି ହରାଇବେ। ଏହି ଛଟେଇ ମୁଖ୍ୟତଃ ମଧ୍ୟମ ଏବଂ ବରିଷ୍ଠ ପରିଚାଳନାକୁ ପ୍ରଭାବିତ କରିବ।

ଏନେଇ କମ୍ପାନୀ କହିଛି ଯେ ଏହା ନୂତନ ବଜାରରେ ପ୍ରବେଶ କରିବା, ନୂତନ ପ୍ରଯୁକ୍ତିବିଦ୍ୟାର ବିନିଯୋଗ କରିବା ଏବଂ AI କାର୍ଯ୍ୟକାରୀ କରିବା ପାଇଁ କର୍ମଚାରୀମାନଙ୍କୁ ପୁନଃପ୍ରଶିକ୍ଷିତ ଏବଂ ପୁନଃନିଯୁକ୍ତି କରୁଛି। କିନ୍ତୁ ଏହି ପ୍ରକ୍ରିୟା ଅଧୀନରେ ପ୍ରାୟ ୧୨,୨୦୦ କର୍ମଚାରୀଙ୍କ ଛଟେଇ ହେବ। ତେବେ ଏହି ପରିବର୍ତ୍ତନ ଅତ୍ୟନ୍ତ ସତର୍କତାର ସହିତ କରାଯାଉଛି। ଯାହା ଫଳରେ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ସେବା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ଟିସିଏସର ସିଇଓ କେ. କୃତିବାସନ ଏକ ସାକ୍ଷାତକାରରେ କହିଛନ୍ତି ଯେ ଆମେ ନୂତନ ପ୍ରଯୁକ୍ତିବିଦ୍ୟା, ବିଶେଷକରି AI ଏବଂ ପରିଚାଳନା ମଡେଲର ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛୁ। କାମ କରିବାର ଉପାୟ ବଦଳୁଛି। ଆମକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ଆମେ AI କୁ ବ୍ୟାପକ ଭାବରେ ବ୍ୟବହାର କରୁଛୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କର୍ମଚାରୀଙ୍କ ବିକାଶ ଏବଂ କ୍ୟାରିଅର ସୁଯୋଗରେ ଗୁରୁତ୍ୱପୂର୍ଣ୍ଣ ନିବେଶ ସତ୍ତ୍ୱେ କିଛି ପଦବୀ ପାଇଁ ପୁନଃନିଯୁକ୍ତିର ଆବଶ୍ୟକତା ନାହିଁ ବୋଲି ଜଣାପଡିଛି।












Click it and Unblock the Notifications