ପୁଣି ସ୍ତ୍ରୀଙ୍କ ନିର୍ଯାତନାର କରୁଣ ଚିତ୍ର, ଜୀବନ ହାରିଲେ IT ମ୍ୟାନେଜର

ଆଗ୍ରାରେ ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି । ପତ୍ନୀ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ IT କମ୍ପାନୀ ମ୍ୟାନେଜର । ଲାଇଭ ଭିଡ଼ିଓରେ କହିଲେ ନିର୍ଯାତନାର କଥା । ଅସହ୍ୟ ହେଇଗଲା ପତ୍ନୀ ନିର୍ଯାତନା । ସହି ନପାରି ଶେଷରେ ଜୀବନ ହାରିଦେଲେ IT କର୍ମଚାରୀ ।

TCS manager

ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁବାଷ ଆତ୍ମହତ୍ୟା ଭଳି ଆଉ ଏକ ଘଟଣା ଏବେ ୟୁପିର ଆଗ୍ରାରୁ ସାମ୍ନାକୁ ଆସିଛି । ଏଠାରେ ଜଣେ IT କମ୍ପାନୀ ମ୍ୟାନେଜର ନିଜ ପତ୍ନୀ ଦ୍ବାରା ନିର୍ଯାତିତ ହୋଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ମାନବ ଶର୍ମା । ବେକରେ ଫାଶୀ ଲଗାଇ ଲାଇଭ ଭିଡିଓ ବନାଇଥିଲେ, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଭିଡିଓରେ ମାନବ ଆତ୍ମହତ୍ୟା ପାଇଁ ନିଜ ପତ୍ନୀଙ୍କୁ ଦାୟୀ କରିଛନ୍ତି । ମାନବ ଶର୍ମା ଆଗ୍ରା ଜିଲ୍ଲାର ଡିଫେନ୍ସ କଲୋନୀରେ ରହୁଥିଲେ । ସେ ଏକ ବଡ଼ ଆଇଟି କମ୍ପାନୀରେ ରିକ୍ରୁଟମେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ଗତ ୨୪ ତାରିଖରେ ମାନବ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସେ କାନ୍ଦି କାନ୍ଦି ଏକ ଲାଇଭ ଭିଡିଓ ବନାଇଥିଲେ । ଭିଡିଓରେ ମାନବ କହିଥିଲେ ଝୀବନ ହାରିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ । ଏବେ ପତ୍ନୀଙ୍କ ନିର୍ଯାତନାରେ ଏତେ ଅତିଷ୍ଠ ହୋଇଗଲେଣି । ଏମିତିକି ସେ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ କରିବା ସହ ପୁରୁଷଙ୍କ ସୁରକ୍ଷା ପାଇଁ ଆଇନ ଆଣିବା କଥା ମଧ୍ୟ କହିଥିଲେ ।

ଆଉ ଲୁହାଭରା ଆଖିଲେ ନିବେଦନ କରିଥିଲେ, ଦୟାକରି କେହି ତ ପୁରୁଷଙ୍କ ପାଇଁ ସ୍ବର ଉତ୍ତୋଳନ କରନ୍ତୁ । ସେମାନେ ଖୁବ୍ ଏକୁଟିଆ ହୋଇଯାଆନ୍ତି । ଏହାପରେ ବାପାମାଆଙ୍କୁ ସରି କହି ମୃତ୍ୟୁର ଫାସରେ ଝୁଲିପଡିଥିଲେ ମାନବ । ଏହି ଘଟଣାରେ ମୃତକଙ୍କ ବାପା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ମାନବଙ୍କ ମୃତ୍ୟୁ ବେଙ୍ଗାଲୁରୁର ଅତୁଲଙ୍କ କଥା ପୁଣିଥରେ ମନେପକାଇ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+