ମାଲଦ୍ୱୀପକୁ ଟକ୍କର ଦେବା ପାଇଁ ଟାଟା ଗ୍ରୁପ ପ୍ରସ୍ତୁତ, ଲକ୍ଷାଦ୍ୱୀପରେ ନିର୍ମାଣ କରିବ ୨ଟି ରିସର୍ଟ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷାଦ୍ୱୀପ ଗସ୍ତରୁ ଆରମ୍ଭ ହୋଇଥିବା ଭାରତ-ମାଲଦ୍ୱୀପ ବିବାଦ ମାଲଦ୍ୱୀପ ପାଇଁ ଏକ କଣ୍ଟା ପାଲଟିଛି । ଯେବେ ଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷାଦ୍ୱୀପକୁ ଭ୍ରମଣ କରିବାକୁ ଭାରତୀୟମାନଙ୍କୁ ଅପିଲ କରିଥିଲେ , ଆଉ ସେହି ଅପିଲରେ ମାଲଦ୍ୱୀପର ମନ୍ତ୍ରୀମାନେ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଥିଲେ , ଆଉ ସେବେଠୁ ସୋସିଆଲ ମିଡିଆରେ ମାଲଦ୍ୱୀପ ବିରୋଧରେ ବୟକଟ ମାଳଦ୍ୱପ ଟ୍ରେଣ୍ଟ ହେବାରେ ଲାଗିଛି । ବର୍ତ୍ତମାନ ଏହି କାରଣରୁ ମାଲଦ୍ୱୀପର ପର୍ଯ୍ୟଟନ କ୍ଷେତ୍ର ବହୁ କ୍ଷତିର ସମ୍ମୁଖୀନ ହେଉଛି ।
ଆଉ ବର୍ତ୍ତମାନ ଏହି ବିବାଦ ମଧ୍ୟରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବାକୁ ଘୋଷଣା କରିଛି ଟାଟା ସମୂହର ଇଣ୍ଡିଆନ କମ୍ପାନୀ (ଆଇଏଚସିଏଲ) । କେନ୍ଦ୍ର ଶାସିତ ଅଞ୍ଚଳର ସୁହେଲୀ ଏବଂ କଦମତ ୫ ଦ୍ୱୀପରେ ଏହି ଦୁଇ ରିସର୍ଟ ନିର୍ମାଣ ହେବ । ପରିବେଶକୁ ଗୁରୁତ୍ୱ ଦେଇ ୨୦୨୬ ସୁଦ୍ଧା ଏହାର ନିର୍ମାଣ କ୍ଷେତ୍ରରେ ସରିବ ବୋଲି କୁହାଯାଇଛି । ଆଇଏଚସିଏଲ ହେଉଛି ଭାରତୀୟ ହସ୍ପିଟାଲିଟି କ୍ଷେତ୍ରର ସର୍ବବୃହତ କମ୍ପାନୀ ।

ଭାରତର ବିଭିନ୍ନ ଗୁରୁତ୍ୱପର୍ଶ ପର୍ଯ୍ୟଟନ କ୍ଷେତ୍ରରେ ଆଇଏଚସିଏଲ'ର ଉପସ୍ଥିତି ରହିଛି । ବର୍ତମାନ ସମୟରେ ଟାଟାର ଏହି ଘୋଷଣା ବେଶ ଗୁରୁତ୍ୱପୂର୍ଣ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ୱୀପ ଗସ୍ତ କରି ବିଦେଶ ଯାଉଥିବା ଭାରତୀୟ ମାନଙ୍କୁ ଲାକ୍ଷାଦ୍ୱୀପ ଆସିବାକୁ ଅପିଲ କରିଥିଲେ । ଏହାପରେ ମାଳଦ୍ୱୀପ ସହିତ ଭାରତର ମୁହାଁମୁହଁ ସ୍ଥିତି ଉପୁଜିଛି ।
ଏଭଳି ସମୟରେ ଟାଟାର ଏହି ଘୋଷଣା ଭାରତର କୂଟନୈତିକ ସ୍ଥିତିକୁ ମଧ୍ୟ ମଜବୁତ କରୁଛି । ତାଜ ସୁହେଲିରେ ୬୦ ଟି ବେଳାଭୂମି ଭିଲ୍ଲା ଏବଂ ୫୦ ଟି ୱାଟର ଭିଲ୍ଲା ସମେତ ୧୧୦ ଟି ରୁମ୍ କରିବାକୁ ଥିବାବେଳେ କଦମାଟ ରେ ୭୫ ଟି ବେଳାଭୂମି ଭିଲ୍ଲା ଏବଂ ୩୫ଟି ୱାଟର ଭିଲ୍ଲାକୁ ନେଇ ୧୧୦ ଟି ରୁମ୍ କରିବାକୁ କରୁଛି ଯୋଜନା ।
ଲକ୍ଷାଦ୍ୱୀପ ବର୍ତ୍ତମାନ ପର୍ଯ୍ୟଟନ ସ୍ପଟ୍ ଚାର୍ଟରେ ସ୍ଥାନ ପାଇଛି । ସେଠାରେ ଅନେକ ବଡ କମ୍ପାନୀ ପର୍ଯ୍ୟଟକଙ୍କୁ ଧ୍ୟାନରେ ରଖି ନିର୍ମାଣ କାର୍ଯ୍ୟ କରୁଛନ୍ତି । ସେହିଭଳି ଟାଟା ଗ୍ରୁପ୍ ମଧ୍ୟ ଯୋଜନା ୨୦୨୬ ପ୍ରସ୍ତୁତ କରିଛି । ଯାହା ଅଧୀନରେ ଟାଟା ଗ୍ରୁପ୍ ୨୦୨୬ ମସିହାରେ ଲକ୍ଷାଦ୍ୱୀପ ଠାରେ ଦୁଇଟି ରିସର୍ଟ ଖୋଲିବାକୁ ଯାଉଛି ।












Click it and Unblock the Notifications