ଭାରତୀୟ ନୌସେନାରେ ସାମିଲ ହେଲା ଥ୍ରୀଡି ସର୍ଭିଲାନ୍ସ ରାଡାର
ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ୍ (ଟିଏଏସଏଲ) ସ୍ପେନର ଡିଫେନ୍ସ କମ୍ପାନୀ ଇନ୍ଦ୍ରା ସହ ମିଶି ଭାରତୀୟ ନୌସେନା ପାଇଁ ପ୍ରଥମ ୩ଡି ଏୟାର ସର୍ଭିଲାନ୍ସ ରାଡାର (୩ଡି -ଏଏସଆର) - ଲାଞ୍ଜା -ଏନ କମିଶନ କରିଛି। ଏହି ରାଡାର ଏକ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଉପରେ ଲଗାଯାଇଛି। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ବଡ଼ ପଦକ୍ଷେପ।
ଟିଏଏସଏଲ ପ୍ରଥମ ଭାରତୀୟ କମ୍ପାନୀ ହୋଇଛି ଯାହା ଆଡଭାନ୍ସଡ୍ ନୌସେନା ଥ୍ରୀଡି ଏୟାର ସର୍ଭିଲାନ୍ସ ରାଡାର ନିର୍ମାଣ କରିଛି। ଏହି ସଫଳତାକୁ ଭାରତର ପ୍ରତିରକ୍ଷା ଆତ୍ମନିର୍ଭରଶୀଳତା ହାସଲରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବରେ ବିବେଚନା କରାଯାଏ। ଏହି ସିଷ୍ଟମକୁ ସ୍ଥାନୀୟ ଭାବରେ ଏକତ୍ରିତ ଏବଂ ସମନ୍ୱିତ କରାଯାଇଛି।
ଏହି ଭାରତୀୟ ନୌସେନା ଯୁଦ୍ଧଜାହାଜର ସମସ୍ତ ସିଷ୍ଟମ ସହିତ ରାଡାରକୁ ନିର୍ବିଘ୍ନରେ ସଂଯୁକ୍ତ କରାଯାଇଛି। ଏହାର ଅନ୍ତର୍ଭୁକ୍ତ ହେବା ପୂର୍ବରୁ ରାଡାରର ବ୍ୟାପକ ସାମୁଦ୍ରିକ ପରୀକ୍ଷଣ କରାଯାଇଛି, ଯେଉଁଠାରେ ଏହାର କ୍ଷମତା ପାଇଁ ବିଭିନ୍ନ ରାଡାର କ୍ରସ-ସେକ୍ସନରେ ଏହାର କାର୍ଯ୍ୟଦକ୍ଷତା ପରୀକ୍ଷା କରିବା ପାଇଁ ନୌସେନା ଏବଂ ବାୟୁ ପ୍ଲାଟଫର୍ମଗୁଡ଼ିକୁ ନିୟୋଜିତ କରାଯାଇଥିଲା।

ପ୍ରଥମ କମିଶନଡ୍ ରାଡାର ଏକ ଯୁଦ୍ଧଜାହାଜରେ ସ୍ଥାପିତ ହୋଇଛି। ବାକିଗୁଡ଼ିକ ଖୁବ୍ ଶୀଘ୍ର ଆସିବ। ଏହା ନୌସେନାର ଅନୁଧ୍ୟାନ କ୍ଷମତାକୁ ମଜବୁତ୍ କରିବ। ବିଶେଷକରି ଶତ୍ରୁର ଡ୍ରୋନ୍ , ଜେଟ୍ ଓ ମିସାଇଲର ବିରୋଧରେ। ଇନ୍ଦ୍ରାର ଲାଞ୍ଜା-ଏନ୍ ରାଡାର ମଡ୍ୟୁଲର , ସଲିଡ୍-ଟେଷ୍ଟ ଓ ପଲ୍ସଡ ଟେକ୍ଟିକଲ ରାଡାରଅଛି, ଯାହା ସମସ୍ତ ପ୍ରକାରର ଆକାଶ ଏବଂ ଭୂପୃଷ୍ଠ ଟାର୍ଗେଟକୁ ଟ୍ରାକ୍ କରେ।












Click it and Unblock the Notifications