ଫେବ୍ରୁଆରୀ ୧୭ରେ ଶପଥ ନେବେ ତାରିକ ରେହମାନ, ଭାରତ ସମେତ ୧୩ ଦେଶକୁ ନିମନ୍ତ୍ରଣ

ବାଂଲାଦେଶରେ ବଦଳିଛି ରାଜନୈତିକ ସମୀକରଣ । ବିଏନପି ନେତା ତାରିକ ରେହମାନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ସେ ଆସନ୍ତା ଫେବ୍ରୁଆରୀ ୧୭ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଏହି ଦିନ ସନ୍ଧ୍ୟା ସମୟରେ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ।

Tariq Rehman

ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ୧୩ ଦେଶର ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହାଦ୍ୱାରା ବାଂଲାଦେଶ ନିଜର ବୈଦେଶିକ ନୀତି ସଜାଡି ପାରିବ । ଏହାସହ ପଡୋଶୀଙ୍କ ସହ ଉପୁଜୁଥିବା ସମସ୍ୟାର ସମାଧାନରେ ବଡ ପଦକ୍ଷେପ ହେବ ।

ନିମନ୍ତ୍ରଣ ପ୍ରଦାନ କରାଯାଇଥିବା ଦେଶମାନଙ୍କ ମଧ୍ୟରେ ଭାରତ, ଚାଇନା, ସାଉଦି ଆରବ, ପାକିସ୍ତାନ, ତୁର୍କୀ, ୟୁଏଇ, କତାର, ମାଲେସିଆ, ବ୍ରୁନେଇ, ଶ୍ରୀଲଙ୍କା, ମାଲଦୀପ ଏବଂ ଭୁଟାଲ ସାମିଲ ଅଛନ୍ତି । ଦକ୍ଷିଣ ଏସିଆରୁ ନେଇ ପଶ୍ଚିମ ଏସିଆର ଦେଶମାନଙ୍କୁ ଶପଥ ସମାରୋହରେ ଦେଖିବାକୁ ମିଳିବ । ଯାହା କୁଟନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।

ଢାକାରେ ହେବାକୁ ଥିବା ଏହି ସମାରୋହ କେବଳ ଔପଚାରିକ କାର୍ଯ୍ୟକ୍ରମ ନୁହେଁ । ଏହା ଅନ୍ତରାଷ୍ଟ୍ରୀୟ ସନ୍ଦେଶ ମଧ୍ୟ । ଖାସ୍ କରି ଭାରତ ଏବଂ ଚୀନ ସହ କିପରି ବାଂଲାଦେଶର ସମ୍ପର୍କ ରହୁଛି ତାହା ଶପଥ ସମାରୋହରେ ଜଣାପଡିଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+