Get Updates
Get notified of breaking news, exclusive insights, and must-see stories!

ଜାମ୍ମୁ କାଶ୍ମୀରରେ ପୁଣି ବଢୁଛି ଟାର୍ଗେଚ୍ କିଲିଂ, ପୁଲୱାମାରେ ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ହତ୍ୟା

ଜାମ୍ମୁ କାଶ୍ମୀରରେ ପୁଣି ଥରେ 'ଟାର୍ଗେଟ୍ କିଲିଂ' ଘଟଣା ଦେଖିବା ପାଇଁ ମିଳିଛି । ପୁଲୱାମାରେ ଆତଙ୍କବାଦୀମାନେ ବ୍ୟାଙ୍କର ସୁରକ୍ଷାକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

Jammu kashmir

Targeted Killing: ଜାମ୍ମୁ କାଶ୍ମୀରରେ ପୁଣି ଥରେ 'ଟାର୍ଗେଟ୍ କିଲିଂ' ଘଟଣା ଦେଖିବା ପାଇଁ ମିଳିଛି । ପୁଲୱାମାରେ ଆତଙ୍କବାଦୀମାନେ ବ୍ୟାଙ୍କର ସୁରକ୍ଷାକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସୁରକ୍ଷାକର୍ମୀଙ୍କ ନାମ ସଞ୍ଜୟ ଶର୍ମା ବୋଲି ସୂଚନା ରହିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି । ସୁରକ୍ଷା ବାହିନୀ ମଧ୍ୟ ଏହି ଅଞ୍ଚଳକୁ ଘେରି ରହିଛନ୍ତି ।

ସୂଚନା ଅନୁସାରେ, ବଜାରକୁ ଯାଉଥିବାବେଳେ ଆତଙ୍କବାଦୀମାନେ ସଞ୍ଜଜୟ ଶର୍ମାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ମାମଲା ସହ ଜଡିତ ଅଧିକାରୀ କହିଛନ୍ତି ଯେ, ବନ୍ଧୁକଧାରୀଙ୍କ ଆକ୍ରମଣରେ ସଞ୍ଜୟ ଶର୍ମା ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।

ସେହିପର ଜିଲ୍ଲା ଡାକ୍ତରଖାନାର ମେଡିକାଲ ଅଧ୍ୟକ୍ଷକ ଡାକ୍ତର ତୁଲା ନିଶ୍ଚିତ କରିଛନ୍ତି ଯେ, ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ଅଣାଯିବା ସମୟରେ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମୃତକଙ୍କ ନାମ ଅଖାନର କାଶୀନାଥ ପଣ୍ଡିତଙ୍କ ପୁଅ ସଞ୍ଜୟ ପଣ୍ଡିତ ବୋଲି ସୂଚନା ରହିଛି । ଅନ୍ୟପଟେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ସୂଚନାଥାଉ ଯେ, ଦୁଇ ଦିନ ପୂର୍ବେ, ଫେବୃଆରୀ ୨୪ରେ ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଅଧିକାରୀମାନେ କହିଛନ୍ତି ଯେ, ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହାରର ହାସାନପୋଆ ଅଞ୍ଚଳର ବାସିନ୍ଦା ଆସିଫ ଅଲ୍ଲି ଗାନିଙ୍କ ଉପରକୁ ଗୁଳି ଚଳାଇଥିଲେ। ଗତ ବର୍ଷ ଜାନୁଆରୀରେ ଆସିଫଙ୍କ ପିତାଙ୍କୁ ଗୁଳି କରି
ହତ୍ୟା କରିଥିଲେ ଆତଙ୍କବାଦୀ । ତେବେ ଆସିଫଙ୍କ ପିତା କାଶ୍ମୀର ପୋଲିସରେ ଜଣେ ମୁଖ୍ୟ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+