ଜାମ୍ମୁ କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ, ଦୁଇ ପ୍ରବାସୀ ଶ୍ରମିକ ଗୁରୁତର

ଜାମ୍ମୁ କାଶ୍ମୀରେ ପୁଣି ଟାର୍ଗେଟ୍ କିଲିଂ, ଦୁଇ ପ୍ରବାସୀ ଶ୍ରମିକ ଗୁରୁତର

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର କ୍ରମାଗତ ଭାବେ ଟାର୍ଗେଟ୍ କିଲିଂର ମାମଲା ବଢିବାରେ ଲାଗିଛି । ଲଗାତାର ପ୍ରବାସୀଙ୍କ ଉପରେ ଆକ୍ରମଣ ହେଉଥିବାରୁ ଏଠାକାର ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଏଥର ଅନନ୍ତନାଗରେ ପୁଣି ଆତଙ୍କବାଦୀମାନେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଗୁଳିମାଡ କରିଛନ୍ତି । ଏହି ଟାର୍ଗେଟ୍ କିଲିଂରେ ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଜମ୍ମୁକଶ୍ମୀର ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛି । ଚଳିତ ବର୍ଷ କାଶ୍ମୀରରେ ନିରିହ ଲୋକଙ୍କ ଉପରେ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି ।

 terrorist

ବାସ୍ତବରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ସୁରକ୍ଷା ବାହିନୀ ଏବଂ ପୋଲିସ ପକ୍ଷରୁ ଅପରେସନ୍ ଅଲ୍ ଆଉଟ୍ ଜାରି ରହିଛି । ଯେଉଁଥି ପାଇଁ ଆତଙ୍କବାଦୀମାନେ ଭୟଭୀତ ଅଛନ୍ତି, ସେଥିପାଇଁ ସେମାନେ ସ୍ଥାନୀୟଲୋକ ଏବଂ ପ୍ରବାସୀଙ୍କ ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ଟାର୍ଗେଟ୍ କିଲିଂର ମାମଲାକୁ ନେଇ ଏଠାରେ ଅନେକ ଥର ବିରୋଧ ବିରୋଧ କରିବା ସତ୍ୱେ ପୁଣି ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି ଦୁଇ ନିରିହ ଶ୍ରମିକ । ବର୍ତ୍ତମାନ ଡାକ୍ତରଖାନାରେ ଦୁଇ ଜଣଙ୍କର ଚିକିତ୍ସା ଚାଲିଛି । ଶନିବାର ଦିନ ଅନନ୍ତନାଗର ରାଖ-ମୋମିନ ଅଞ୍ଚଳରେ ଆତଙ୍କବାଦୀମାନେ ଅଣକଶ୍ମୀର ଶ୍ରମିକଙ୍କ ଉପରକୁ ଗୁଳିମାଡ କରିବା ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ପୂରା ଅଞ୍ଚଳକୁ ପୋଲିସ ପକ୍ଷରୁ ସିଲ୍ କରାଯାଇଛି ।

ଜାମ୍ମୁ କାଶ୍ମୀର ପୁଣି ଟାର୍ଗେଟ୍ କିଲିଂ

1-ଏହା ପୂର୍ବରୁ ମଧ୍ୟ ନଭେମ୍ବର ୩ ତାରିଖରେ ସ୍କୁଲରେ କାମ କରୁଥିବା ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

2- ଜାମ୍ମୁ କାଶ୍ମୀରରେ ଟାର୍ଗେଟ୍ କିଲିଂର ମାମଲା ଏପ୍ରିଲ-ମେ ପରଠାରୁ ସର୍ବାଧିକ ବୃଦ୍ଧି ପାଇଛି । ମେ ୧୨ ରେ ଆତଙ୍କବାଦୀମାନେ ବୁଦ୍ଧଗାମ ଜିଲ୍ଲାର ରାଜସ୍ୱ ବିଭାଗର ଜଣେ ଅଧିକାରୀଙ୍କୁ ଗୁଳି କରିଥିଲେ। ତହସିଲ କାର୍ଯ୍ୟାଳୟରେ ପ୍ରବେଶ କରି ଆତଙ୍କବାଦୀମାନେ କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ ନାମକ ଜଣେ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଡାକ୍ତରଖାନାରେ ଚିକିତ୍ସା ସମୟରେ ରାହୁଲଙ୍କ ମୃତ୍ୟୁ ହୋଇଥିଲା ।

 terrorist

3-ମେ ୩୧ ରେ ଆତଙ୍କବାଦୀମାନେ କୁଲଗାମରେ ଜଣେ ମହିଳା ଶିକ୍ଷକ ରଜନୀ ବାଲାଙ୍କୁ ଗୁଳି କରି ହତ୍ୟା କରିଥିଲେ । ସେ ସାମ୍ବା ନିବାସୀ ଥିଲେ । ତାଙ୍କୁ କୁଲଗାମର ଗୋପାଳପୋରାରେ ହତ୍ୟା କରାଯାଇଥିଲା । ରଜନୀ ଗୋପାଳପୋରା ଉଚ୍ଚ ବିଦ୍ୟାଳୟର ପଠାପଢାଉ ଥିଲେ ।

4- ଏହା ପରେ ଜୁନ୍ ମାସରେ ଆତଙ୍କବାଦୀମାନେ ରାଜସ୍ଥାନର ହନୁମାନଗଡ଼ର ବାସିନ୍ଦା କୁଲଗାମରେ ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ମୃତ୍ୟୁ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+