Get Updates
Get notified of breaking news, exclusive insights, and must-see stories!

କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ତନ୍ତ୍ର ସାଧନା, ଭାଇରାଲ୍ ହେଲା ଭିଡିଓ

MP Assembly Election 2023: ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଥିବା ବେଳେ ନିର୍ବାଚନରେ ହାରିବା-ଜିତିବାକୁ ନେଇ ହେଉଛି ତନ୍ତ୍ର -ମନ୍ତ୍ର ସାଧନା । ଧାର୍ମିକ ସହର ଉଜୈନର ଚକ୍ର ତୀର୍ଥ ଶ୍ମଶାନରେ ଚାଲିଛି ତନ୍ତ୍ର ସାଧନା । ତେବେ ଏହି ତନ୍ତ୍ର ସାଧନାର ଲିଙ୍କ୍ ରାଜ୍ୟ କଂଗ୍ରେସ ସଭାପତି କମଲ ନାଥଙ୍କ ସହ ଜଡିତ ରହିଛି ।

ନବରାତ୍ରୀ ଅବସରରେ ଉଜୈନର ଚକ୍ର ତୀର୍ଥ ଶ୍ମଶାନରେ ୯ଦିନ ପର୍ଯ୍ୟନ୍ତ ତନ୍ତ୍ର ସାଧନା କରାଯିବ । ଏହି ସମୟ ତନ୍ତ୍ରିକ୍ କମଲ ନାଥଙ୍କ ଫଟୋ ଲଗାଇ ସାଧନା କରୁଥିବାର ଦେଖିବା ପାଇଁ ମିଳୁଛି । କୁହାଯାଉଛି ଯେ, କମଲ ନାଥ ସରକାର ଗଠନ ପାଇଁ ଏହି ପୂଜାର୍ଚ୍ଚନା କରାଯାଉଛି ।

MP Assembly Election

ଧାର୍ମିକ ସହର ଉଜୈନର ଚକ୍ରବର୍ତ୍ତୀ ମୁକ୍ତିଧାମ ତନ୍ତ-ମନ୍ତ୍ର ସାଧନା ପାଇଁ ସାରା ଦେଶରେ ପ୍ରସିଦ୍ଧ । ନବରାତ୍ରୀ ଅବସରରେ, ତାନ୍ତ୍ରିକମାନେ ପ୍ରତ୍ୟେକ ରାତିରେ ବିଭିନ୍ନ ସାଧନା କରୁଛନ୍ତି, ଯେଉଁଥିରେ କମଲନାଥଙ୍କ ଫଟୋ ଲଗାଇ ତାନ୍ତ୍ରିକମାନେ ସାଧନା କରୁଥିବା ଦେଖିବା ପାଇଁ ମିଳିଛି । ସୂଚନା ଅନୁଯାୟୀ, ବିଧାନସଭା ନିର୍ବାଚନରେ ​​କମଲ ନାଥ ସରକାର ଗଠନ ପାଇଁ ତାନ୍ତ୍ରିକଙ୍କ ଦ୍ୱାରା ଏହି ସାଧନା କରାଯାଉଛି। କେବଳ ଏତିକି ନୁହେଁ, ତାନ୍ତ୍ରିକମାନେ ଦାବି କରିଛନ୍ତି ଯେ ଏହି ସାଧନା ପରେ ଯଦି କମଲ ନାଥଙ୍କ ସରକାର ଗଠନ ହେବ ।

ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି ସେଥିରେ କିଛି ତାନ୍ତ୍ରିକ କମଲ ନାଥଙ୍କ ଫଟୋ ଲଗାଇବା ସହ ତା ଚାରିପାଖରେ ଲେମ୍ବୁ, ମଦ ଏବଂ ପୁତଳିକା ରଖାଯାଇଥିବାର ଦେଖିବା ପାଇଁ ମିଳୁଛି । ଭାଇରାଲ୍ ଭିଡିଓରେ ପ୍ରାୟ 6 ରୁ 7 ଜଣ ତାନ୍ତ୍ରିକ ବସି ପୂଜା କରୁଥିବାର ଦେଖିବା ପାଇଁ ମିଳୁଛି । ଯେଉଁମାନେ ଏକାଠି କିଛି ମନ୍ତ୍ର ପଢୁଥିବାର ନଜର ଆସୁଛନ୍ତି ।

କଂଗ୍ରେସ ସଭାପତି କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବା ଏବଂ ରାଜ୍ୟରେ କଂଗ୍ରେସ ସରକାର ପୁଣି ଥରେ କ୍ଷମତାକୁ ଆସିବା ପାଇଁ ଏହି ତନ୍ତ୍ର ସାଧନା କରାଯାଉଛି । ତେବେ ଏହି ତାନ୍ତ୍ରିକ ମାନ ଦାବି କରିଛନ୍ତି ଯେ, ସେମାନେ ପୂର୍ବରୁ ଅନେକ ପ୍ରକାରର ପୂଜାର୍ଚ୍ଚନା କରିଛନ୍ତି । ଯେଉଁଥିରେ ତାଙ୍କୁ ସଫଳତା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+