ବିଜେପିରେ ସାମିଲ ହେଲେ ତାମିଲସାଇ
ହାଇଦ୍ରାବାଦ: ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ପୁଣିଥରେ ବିଜେପିରେ ଯୋଗଦେଇଛନ୍ତି। ଦୁଇ ଦିନ ପୂର୍ବେ ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଏଲଜି ପଦରୁ ଇସ୍ତଫା ଦେବା ପରେ ସେ ଏହି ପଦକ୍ଷେପ ନେଇଛନ୍ତି। ଏବେ ସେ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ବଢ଼ିଛି। ତାମିଲନାଡ଼ୁରୁ ତାଙ୍କୁ ଦଳ ନିର୍ବାଚନରେ ଓହ୍ଲାଇପାରେ ବୋଲି କୁହାଯାଉଛି। ଭାଜପାରେ ଯୋଗଦେବା ପରେ ସୁନ୍ଦରରାଜନ ଭବିଷ୍ୟତ ଯୋଜନା ବିଷୟରେ କହିଛନ୍ତି, ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁଛି ।

ମୁଁ ମୋର ଇଚ୍ଛା ବିଷୟରେ ଦଳକୁ ଅବଗତ କରାଇଛି। ମୁଁ ଖୁସି ଯେ ପୁଣିଥରେ ମୋତେ ସଦସ୍ୟତା ମିଳିଛି। ମୋ ପାଇଁ ଏହା ସବୁଠାରୁ ବଡ଼ ଖୁସିର ଦିନ। ରାଜ୍ୟପାଳ ପଦରୁ ଇସ୍ତଫା ଦେବା କଠିନ ନିଷ୍ପତ୍ତି ଥିଲା। କାରଣ ରାଜ୍ୟପାଳ ହିସାବରେ ମୋ' ପାଖରେ ଅନେକ ସୁବିଧା ଥିଲା। ହେଲେ ମୁଁ ତାକୁ ଛାଡ଼ିଛି। ଏକ ପ୍ରତିଶତ ବି ତାକୁ ନେଇ ଦୁଃଖ ନାହିଁ। ଏହାଛଡ଼ା ଆଗାମୀ ଦିନରେ ତାମିଲନାଡ଼ୁରେ ପଦ୍ମ ଆସିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।












Click it and Unblock the Notifications