ସମ୍ଭାବ୍ୟ ବାତ୍ୟା 'ଫେଙ୍ଗାଲ' ପାଇଁ ସ୍କୁଲ କଲେଜ୍ ଛୁଟି, ଏହି ରାଜ୍ୟରେ ହେବ ପ୍ରବଳ ବର୍ଷା
Cyclone Fengal Update: ଆଜି ସମ୍ଭାବ୍ୟ ବାତ୍ୟା 'ପେଙ୍ଗାଲ' ଗଭୀର ଅବପାତ ବାତ୍ୟାର ରୂପ ନେଇ ତାମିଲନାଡୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ବତ୍ୟା ପ୍ରଭାବରେ ରାଜ୍ୟରେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ତେବେ ମାୟିଲାଦୁଥୁରାଇ, ନାଗାପାଟ୍ଟିନମ୍ ଏବଂ ତିରୁଭରୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇପାରେ ଯେଉଁଥି ପାଇଁ ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ସ୍କୁଲ କଲେଜ୍ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ସାମ୍ଭାବ୍ୟ ବାତ୍ୟା ପାଇଁ ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରମ୍, ଚେଙ୍ଗାଲପାଟ୍ଟୁ,କୁଡାଲୋର, ଆରିୟାଲୁର, ଥାନଜାଭୁର, ପୁଡୁକୋଟ୍ଟାଇ, ସିଭାଗାନାଇ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି ସେହିପରି ଏହି ସମସ୍ତ ଜିଲ୍ଲାକୁ ୨୯ ତାରିଖ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।












Click it and Unblock the Notifications