A4 ସବ-ଭ୍ୟାରିଆଣ୍ଟ : ତାମିଲନାଡୁରେ ନୂଆ ଆକ୍ରାନ୍ତ ଚିହ୍ନଟ
ସାରା ବିଶ୍ବରେ ଭୟ ସୃଷ୍ଟି କରିବା ପରେ ମହାମାରୀ କରୋନା ପରେ ଆତଙ୍କ ସୃଷ୍ଟି କରୁଛି ‘ଓମିକ୍ରନ'ର ନୂଆ BA4 ସବ୍ ଭାରିଆଣ୍ଟ । ତେଲେଙ୍ଗାନା ପରେ ତାମିଲନାଡୁରେ ଚିହ୍ନଟ ହୋଇଛି ‘ଓମିକ୍ରନ'ର ନୂଆ BA4 ସବ୍ ଭାରିଆଣ୍ଟ ।
ଚେନ୍ନାଇ: ସାରା ବିଶ୍ବରେ ଭୟ ସୃଷ୍ଟି କରିବା ପରେ ମହାମାରୀ କରୋନା ପରେ ଆତଙ୍କ ସୃଷ୍ଟି କରୁଛି 'ଓମିକ୍ରନ'ର ନୂଆ BA4 ସବ୍ ଭାରିଆଣ୍ଟ । ତେଲେଙ୍ଗାନା ପରେ ତାମିଲନାଡୁରେ ଚିହ୍ନଟ ହୋଇଛି 'ଓମିକ୍ରନ'ର ନୂଆ BA4 ସବ୍ ଭାରିଆଣ୍ଟ । ରାଜ୍ୟର ନାଭାଲୁରରେ ଗୋଟିଏ ପରିବାର ଦୁଇ ସଦସ୍ୟଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥି ମଧ୍ୟରୁ ଜଣଙ୍କ ପଜିଟିଭ ଆସିଛି । ବର୍ତ୍ତମାନ ଦୁହିଁଙ୍କୁ ରଙ୍ଗରୋଧରେ ରଖାଯାଇଥିବା ତାମିଲନାଡୁ ମନ୍ତ୍ରୀ ଏମ.ଏ ସୁବ୍ରମଣିୟନ୍ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଉଭୟଙ୍କ ଠାରେ କୌଣସି ଜଟିଳତା ମଧ୍ୟ ପ୍ରକାଶ ପାଇନାହିଁ । ତେବେ ଉଭୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖବର ପାଇବା କ୍ଷଣି ସେମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ।
ସେହିପରି ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଯେ ମହିଳା ଓ ତାଙ୍କ 19 ବର୍ଷୀୟା ଝିଅଙ୍କ ମଧ୍ୟରୁ ଯୁବତୀଙ୍କ ଠାରେ ନୂତନ ସବ-ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଆକ୍ରାନ୍ତ ପୂର୍ବରୁ ଟୀକା ନେଇ ଥିବା ମଧ୍ୟ ଜଣାପଡିଛି ।












Click it and Unblock the Notifications