ତାମିଲନାଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବସ ମୁହାଁମୁହିଁ ଧକ୍କା: ୭ ମୃତ

ତାମିଲନାଡୁରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ସରକାରୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତାମିଲନାଡୁର ଶିବଗଙ୍ଗା ଜିଲା ଅନ୍ତର୍ଗତ ତିରୁପାଟ୍ଟୁର ନିକଟରେ ଏହି ଦୁର୍ଘଟଣା ଘଟିଥିବା ଏସପି ଶିବ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Tamil Nadu

ପୁଲିସ ସୂଚନା ଅନୁସାରେ, ଗୋଟିଏ ବସ କରାଇକୁଡ଼ି ଅଭିମୁଖେ ଯାଉଥିବା ସମୟରେ ଅନ୍ୟଟି ମଦୁରାଇ ଯାଉଥିଲା। ତିରୁପାଟ୍ଟୁର ନିକଟରେ ଦୁଇଟି ଯାକ ବସ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣା ପରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଆହତମାନଙ୍କୁ ବସରୁ ଉଦ୍ଧାର କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଥିବା କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+