ତାମିଲନାଡୁର ଶକ୍ତି ମନ୍ତ୍ରୀ ଲାଗିଲା ବଡ଼ ଝଟକା: ଜୁନ୍ ୨୩ ପର୍ଯ୍ୟନ୍ତ ରହିବେ ଇଡି ହେପାଜତରେ
ତାମିଲନାଡୁର ଶକ୍ତି ମନ୍ତ୍ରୀ ଭି.ସେନ୍ଥାଲିଙ୍କୁ ଲାଗିଲା ବଡ଼ ଝଟକା । ଜୁନ୍ ୨୩ ପର୍ଯ୍ୟନ୍ତ ରହିବେ ଇଡି ହେପାଜତରେ । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ତାମିଲନାଡୁର ମନ୍ତ୍ରୀ ବାଲାଜୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚେନ୍ନାଇ ମହାନଗର ନିଗମ କୋର୍ଟରେ ହାଜର ହୋଇଥିଲେ ଯାହା ପରେ ତାଙ୍କୁ ଜୁନ୍ ୨୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି।

ସୂଚନା ଅନୁସାରେ, କ୍ୟାସ୍ ଫର ଜବ୍ ସ୍କାମରେ ତାମିଲନାଡୁର ଶକ୍ତି ମନ୍ତ୍ରୀ ଭି.ସେନଥିଲଙ୍କୁ ଇଡି ଗିରଫ କରିଥିଲା । ଗିରଫ ପୂର୍ବରୁ ତାଙ୍କୁ ଘଣ୍ଟା ଘଣ୍ଟା ପଚରାଉଚରା କରାଯାଇଥିଲା । ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା । ତେବେ ଗିରଫଦାରୀ ନିଶ୍ଚିତ ବୋଲି ଜାଣିବା ପରେ ଭି ସେନଥିଲ ବାଲାଜୀ ଛାତିରେ ଯନ୍ତ୍ରଣା ଅଭିଯୋଗ କରିଥିଲେ ଏବଂ କାନ୍ଧିବା ଆରମ୍ଭ କରିଥିଲେ । ଏହା ପରେ ଇଡି ତାଙ୍କୁ ପରୀକ୍ଷା ପାଇଁ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ବର୍ତ୍ତମାନ ତାଙ୍କୁ କୋର୍ଟ ୨୮ ଜୁନ୍ ୨୦୨୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛି ।












Click it and Unblock the Notifications