ଚେସ୍ ବୋର୍ଡ ପରି ଚିତ୍ରିତ ହେଲା ତାମିଲନାଡୁର ନାପିଅର୍ ବ୍ରିଜ
44 ତମ ଚେସ ଅଲିମ୍ପିଆଡ ଜୁଲାଇ 28 ରେ ଚେନ୍ନାଇର ମହାବାଲିପୁରମରେ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ସହରର ନାପିଅର୍ ବ୍ରିଜ୍ର ଚେସ୍ ବୋର୍ଡ ପରି ଚିତ୍ରିତ ହୋଇଛି। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଚେନ୍ନାଇ: 44 ତମ ଚେସ ଅଲିମ୍ପିଆଡ ଜୁଲାଇ 28 ରେ ଚେନ୍ନାଇର ମହାବାଲିପୁରମରେ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ସହରର ନାପିଅର୍ ବ୍ରିଜ୍ର ଚେସ୍ ବୋର୍ଡ ପରି ଚିତ୍ରିତ ହୋଇଛି। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁଙ୍କ ଦ୍ୱାରା ଏହି ଭିଡିଓ ରେକର୍ଡ କରଯାଇଥିଲା। ଏହି ଭିଡ଼ିଓ ଟି ପୋଷ୍ଟ କରିbଆଇଏଏସ୍ ଅଧିକାରୀ ଲେଖିଛନ୍ତି, ଚେନ୍ନାଇ ହେଉଛି ଚେସ୍ କ୍ୟାପିଟାଲ୍ ଅଫ୍ ଇଣ୍ଡିଆ । ଏବେ ସମସ୍ତେ ଗ୍ରାଣ୍ଡ୍ ଚେସ୍ ଅଲିମ୍ପିଆଡ୍ 2022 ଆୟୋଜନ କରିବାକୁ ପ୍ରସ୍ତୁତ ଅଛନ୍ତି। ଆଇକନିକ୍ ନେପିଅର୍ ବ୍ରିଜ୍ ଏକ ଚେସ୍ ବୋର୍ଡ ପରି ସଜାଯାଇଛି।
Chennai the Chess Capital of India is all set to host the grand, Chess Olympiad 2022.The iconic Napier Bridge is decked up like a Chess Board.Check it out 😊 #ChessOlympiad2022 #ChessOlympiad #Chennai pic.twitter.com/wEsUfGHMlU
— Supriya Sahu IAS (@supriyasahuias) July 16, 2022
ଚଳିତ ବର୍ଷ 2,000 ରୁ ଅଧିକ ଖେଳାଳି ଅଲିମ୍ପିଆଡରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଇଭେଣ୍ଟ ଅଗଷ୍ଟ 10 ରେ ଶେଷ ହେବ। ଚେସ ଅଲିମ୍ପିଆଡର ଇତିହାସର ପ୍ରାୟ 100 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ଆୟୋଜନ କରିବ। ଆଗାମୀ କାର୍ଯ୍ୟକ୍ରମ ପାଇଁ ସମୁଦାୟ 188 ଦେଶ ପଞ୍ଜୀକୃତ କରିଛନ୍ତି ।
ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭେଣ୍ଟର 44 ତମ ସଂସ୍କରଣ ପୂର୍ବରୁ ଚେସ ଅଲିମ୍ପିଆଡ଼ ପାଇଁ ସର୍ବପ୍ରଥମ ଟର୍ଚ୍ଚ ରିଲେ ଆରମ୍ଭ କରିଥିଲେ। ସେ କହିଥିଲେ, "ଚେସ ଅଲିମ୍ପିଆଡ଼ର ପ୍ରଥମ ଟର୍ଚ୍ଚ ରିଲେ ଭାରତରୁ ଆରମ୍ଭ ହେଉଛି, ଏହା ମଧ୍ୟ ପ୍ରଥମ ଥର ପାଇଁ ଭାରତ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରୁଛି।" ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, " ସାରା ବିଶ୍ୱରେ ଏହାର ଉପସ୍ଥିତି ଅନୁଭବ କରିଛି। "
ଏହି ପେଣ୍ଟିଂ ଦେଖିବା ପରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି। କେହି କେହି ଏହାକୁ ଦେଖି ଭୟ ଲାଗୁଥିବା କହୁଥିବା ବେଳେ ଆଉ କେହି ଖୁବ୍ ସୁନ୍ଦର ବୋଲି ନିଜର ମତ ରଖିଛନ୍ତି।












Click it and Unblock the Notifications