ଭାଷା ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ତାମିଲନାଡ଼ୁ ସରକାର, ବଜେଟରୁ '₹' ଚିହ୍ନକୁ ବଦଳାଇଦେଲେ ଷ୍ଟାଲିନ ,
ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ପ୍ରତୀକକୁ ହଟାଇ ଦେଇ 'ரூ' ରଖିଛନ୍ତି। ସାରା ଦେଶରେ ଟଙ୍କାର ପ୍ରତୀକକୁ ଆଧିକାରୀକ ଭାବେ ଆପଣାଯାଇଛି। ହେଲେ ଷ୍ଟାଲିନ ସରକାର ଭିନ୍ନ ପ୍ରତୀକ ଆଣିଛନ୍ତି। ବଜେଟ ସମୟରେ ସେ ନୂଆ ପ୍ରତୀକ ଜାରି କରିଛନ୍ତି। ପ୍ରଥମ ରାଜ୍ୟ ଭାବେ ଏଠାକାର ସରକାର ବଡ଼ ପଦକ୍ଷେପ ନେଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ପୂରା ଦେଶର କାରବାରରେ ରୂପି ବା '₹' ଚିହ୍ନକୁ ବ୍ୟବହାର କରାଯାଉଛି । ଏହି '₹' ଚିହ୍ନ ବଜେଟର ପ୍ରତୀକ ବୋଲି କୁହାଯାଏ । ମାତ୍ର ତାମିଲନାଡ଼ୁ ସରକାର ଏହାକୁ ବଜେଟ୍ ବୁକ୍ରୁ ରିପ୍ଲେସ୍ କରି ଦେଇଛନ୍ତି । ଏହି ଚିହ୍ନ ବଦଳରେ ଯେଉଁ ଚିହ୍ନକୁ ରଖାଯାଇଛି, ତାହା ତାମିଲ୍ ଅକ୍ଷର 'ରୁ' । ପ୍ରଥମ ଥର ପାଇଁ କୌଣସି ରାଜ୍ୟ ସରକାର ନିଜ ବଜେଟରୁ '₹' ଚିହ୍ନକୁ ହଟାଇ ଦେଇଛି ।

'₹' ଚିହ୍ନକୁ ଡିଏମରେ ପାର୍ଟିର ନେତା ଉଦୟ କୁମାର ଧର୍ମାଲିଙ୍ଗମ୍ ଡିଜାଇନ୍ କରିଥିଲେ । ସେ ଏନ୍ ଧର୍ମାଲିଙ୍ଗମଙ୍କ ପୁଅ ଅଟନ୍ତି । ୨୦୧୦ରେ ବଜେଟ ସମୟରେ ରୁପି ଚିହ୍ନର ଡିଜାଇନ୍ କରିବା ପରେ ଏହାକୁ ୟୁପିଏ ସରକାର ସରକାରୀ ଭାବେ ଗ୍ରହଣ କରିଥିଲେ । ହେଲେ ବର୍ତ୍ତମାନ ଉଦୟ କୁମାର ଧର୍ମାଲିଙ୍ଗମଙ୍କ ଡିଏମକେ ପାର୍ଟି ନିଜ ବଜେଟରୁ ଏହି ଚିହ୍ନକୁ ହଟାଇ ଦେଇଛି ।
ପୂର୍ବରୁ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବୁଧବାର ଅଭିଯୋଗ କରିଥିଲେ ଯେ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି)ର ଉଦ୍ଦେଶ୍ୟ ହେଉଛି କେବଳ ହିନ୍ଦୀକୁ ପ୍ରୋତ୍ସାହିତ କରିବା । ଏମ୍ କେ ଷ୍ଟାଲିନ୍ ଏହା ମଧ୍ୟ ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ସଂସଦୀୟ ନିର୍ବାଚନମଣ୍ଡଳୀର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ମାଧ୍ୟମରେ ଏହାର ପ୍ରଭାବଶାଳୀ ଉତ୍ତର ରାଜ୍ୟଗୁଡ଼ିକରେ ଆସନ ସଂଖ୍ୟା ବୃଦ୍ଧି କରି କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଛି।












Click it and Unblock the Notifications