Tamil Nadu Weather: ତାମିଲନାଡୁରେ ବର୍ଷା ବିତ୍ପାତ, ୬ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା, ଏହି ରାଜ୍ୟରେ ବଢିବ ଶୀତ

Tamil Nadu Weather: ଆଜି ଦକ୍ଷିଣ ଭାରତରେ ପାଗ ଅତ୍ୟନ୍ତ ଖରାପ, ବୁଧବାର ଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ରାଜ୍ୟରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ । ପ୍ରବଳ ବର୍ଷା ହେତୁ ତିରୁନେଲଭେଲି, କନ୍ୟାକୁମାରୀ, ଥୋଥୁକୁଡି, ଟେନକାସୀ, ବିରୁଥୁନଗର, ପୁଡୁକୋଟାଇ, ନୀଳଗିରି ଜିଲ୍ଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରାକର ଏବଂ ଆଜି ମଧ୍ୟ ଏଠାରେ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

 Tamil Nadu_Weather
ଆଜି କେବଳ ତାମିଲନାଡୁ ନୁହେଁ କେରଳ ଏବଂ କର୍ଣ୍ଣାଟକରେ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁରେ ଘୂର୍ଣ୍ଣିବଳୟ ହେତୁ ଆସନ୍ତା ପାଞ୍ଚ ଦିନ ଏଠାରେ ପାଗ ଅତ୍ୟନ୍ତ ଖରାପ ରହିବ। ଏହି ରାଜ୍ୟଗୁଡିକରେ ପ୍ରବଳ ବର୍ଷା ହୋଇପାରେ, ଆଗାମୀ ଦିନରେ ଲକ୍ଷ୍ମୀଦୀପ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉପକୂଳ ଓଡ଼ିଶା, ଗୋଆ, କୋଙ୍କଣ-ଗୋଆ ଏବଂ ପଶ୍ଚିମ ହିମାଳୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଯେଉଁଥି ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ସେହିପରି ହିମାଚଳ ଓ କାଶ୍ମୀରରେ ତୁଷାରପାତ ହୋଇପାରେ । ଆସନ୍ତାକାଲିଠାରୁ ହିମାଚଳ ଓ କାଶ୍ମୀରରେ ତୁଷାରପାତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଚାରି ଦିନ ମଧ୍ୟରେ ପାଗରେ ଅନେକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି, ଅନ୍ୟପକ୍ଷରେ ଏହା ସମତଳ ଭୂମି ଉପରେ ପ୍ରଭାବ ପକାଇବ ଏବଂ ସେଥିପାଇଁ 23 ତାରିଖରୁ ଆସନ୍ତା ଚାରି ଦିନ ମଧ୍ୟରେ ପାଣିପାଗରେ ଅନେକ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି । ବର୍ଷା ହେବା ଦ୍ୱାରା ରାଜ୍ୟରେ ଥଣ୍ଡା ମଧ୍ୟ ବୃଦ୍ଧି ପାଇବ, ତେଣୁ ନଭେମ୍ବର ଶେଷ ସୁଦ୍ଧା ଦିଲ୍ଲୀରେ ପ୍ରବଳ ଥଣ୍ଡା ହେବାର ଆଶଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+