କନିଆଁ ପାଇଁ ପୋଷ୍ଟର ଲଗାଇଲେ ଯୁବକ, ଫଟୋ ଭାଇରାଲ

ଦୀର୍ଘ ୫ ବର୍ଷ ହେବ ନିଜ ପାଇଁ ଝିଅ ଖୋଜି ଖୋଜି ନୟାନ୍ତ ହେବା ପରେ, ଶେଷରେ ନିଜ ଫଟୋ ପୋଷ୍ଟର ସାରା ସହରରେ ଲଗାଇଛନ୍ତି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି।

ଚେନ୍ନାଇ: ଆଜିକାଲି ବିବାହ ପାଇଁ କନିଆ ଓ ଜ୍ବାଇଁ ଖୋଜିବା ବଡ ମୁସ୍କିଲ ହେଲାଣି । ଉପଯୁକ୍ତ ଜୀବନସାଥୀ ଖୋଜିବା ପାଇଁ କିଏ ବିବାହ ବ୍ୟୁରୋର ସହାୟତା ନେଉଛି ତ ପୁଣି କିଏ ଅନଲାଇନ ୱେବସାଇଟରେ ଭାଗ୍ୟ ପରୀକ୍ଷା କରୁଛି । ତ ଆଉ କିଏ ଜ୍ୟୋତିଷଙ୍କ ରାଶି ନକ୍ଷତ୍ର କଥା ପଚାରି ବୁଝୁଛି । କିନ୍ତୁ ତାମିଲନାଡୁର ଜଣେ ଯୁବକ ବିବାହ ପାଇଁ କିଛି ନୂଆ ଉପାୟ ଆପଣାଇଛନ୍ତି । ଦୀର୍ଘ ୫ ବର୍ଷ ହେବ ନିଜ ପାଇଁ ଝିଅ ଖୋଜି ଖୋଜି ନୟାନ୍ତ ହେବା ପରେ, ଶେଷରେ ନିଜ ଫଟୋ ପୋଷ୍ଟର ସାରା ସହରରେ ଲଗାଇଛନ୍ତି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି।

poster

ମଦୁରାଇର ଭିଲୁପୁରମରେ ରହୁଥିବା ୨୭ ବର୍ଷୀୟ ଜଗନ ପେସାରେ ଜଣେ ଇଞ୍ଜିନିଅର । କିଛି ବର୍ଷ ଧରି ସେ ନିଜର ବିବାହ ପାଇଁ ଝିଅ ଖୋଜୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ପରଫେକ୍ଟ ମ୍ୟାଚ୍ ମିଳିପାରିନି। ଏଥିପାଇଁ ସେ ସହର ସାରା ବଡବଡ ପୋଷ୍ଟର ମାରିଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ 'ମିସ ରାଇଟ' ଦରକାର । ପୋଷ୍ଟରରେ ଜଗନ ଏକ ଫଟୋ ଲଗାଇ ନିଜ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଜଣେ ଡିଜାଇନର ଓ ବିଏସସି ଆଇଟି ପଢିଛନ୍ତି ।

ଏକ ପ୍ରାଇଭେଟ କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି । ତାଙ୍କ ବେତନ ୪୦ ହଜାର ଟଙ୍କା ହୋଇଥିବାବେଳେ ଜଗନଙ୍କ ନାମରେ ଏକ ଜମି ରହିଥିବା ପୋଷ୍ଟରରେ ଲେଖାଯାଇଛି । ଜଗନ କହିଛନ୍ତି ଗତ ୫ ବର୍ଷରୁ କନିଆଁ ଖୋଜୁଛି । ପୋଷ୍ଟର ଲଗାଇବା ପରେ ମୋର ବହୁତ ଜଣ ମଜାକ ଉଡାଇଛନ୍ତି । ହେଲେ ଏସବୁ ମୋ ପକ୍ଷେ ପ୍ରଭାବହୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+