Get Updates
Get notified of breaking news, exclusive insights, and must-see stories!

ତାମିଲନାଡ଼ୁ ମଦ ଦୁର୍ନୀତି ମାମଲା;ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ କ’ଣ ହେବ’?

ତାମିଲନାଡ଼ୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ଲିମିଟେଡ୍ (ଟାସ୍‌ମାକ୍‌) ସହ ଜଡିତ ମଦ ଦୁର୍ନୀତିର ତଦନ୍ତର ଅଧିକାର ନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପ୍ରଶ୍ନ ପଚାରିଛନ୍ତି। ଛଅ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମାର୍ଚ୍ଚରେ କରାଯାଇଥିବା ଦୁଇଟି ଚଢ଼ାଉ ଉପରେ କୋର୍ଟ ତଦନ୍ତକାରୀ ସଂସ୍ଥାକୁ ସ୍ପଷ୍ଟୀକରଣ ଦେବାକୁ କହିଥିଲେ।

ପ୍ରଧାନ ବିଚାରପତି ବିଆର୍ ଗୱାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ରୀୟ ଏଜେନ୍ସିକୁ ପ୍ରଶ୍ନ କରିଛନ୍ତି, ସଂଘୀୟ ବ୍ୟବସ୍ଥାର କ'ଣ ହେବ? ଆପଣ ରାଜ୍ୟ ସରକାରଙ୍କ ତଦନ୍ତ ଅଧିକାର ଛଡ଼ାଇ ନେଉ ନାହାନ୍ତି କି? ଯେତେବେଳେ ଆପଣଙ୍କର ସନ୍ଦେହ ହୁଏ... 'ରାଜ୍ୟ ସରକାର ଏହି ଅପରାଧର ତଦନ୍ତ କରୁନାହାନ୍ତି' ସେତେବେଳେ ଆପଣ ଯାଇ ନିଜେ ଏହା କରିପାରିବେ କି? ତେବେ ଶୁଣାଣି ଚାଲିଥିବା ବେଳେ ପ୍ରଧାନ ବିଚାରପତି ଅଧିକ ମନ୍ତବ୍ୟ ଦେବାକୁ ମନା କରି ଉଲ୍ଲେଖ କରିଛନ୍ତି, ଗତ ଛଅ ବର୍ଷ ମଧ୍ୟରେ ମୁଁ ଇଡି ଦ୍ୱାରା ଅନୁସନ୍ଧାନ କରାଯାଇଥିବା ଅନେକ ମାମଲା ଦେଖିଛି... କିନ୍ତୁ ବର୍ତ୍ତମାନ ମୁଁ କିଛି କହିବାକୁ ଚାହେ ନାହିଁ, ନଚେତ୍ ଏହା ପୁନର୍ବାର (ଗଣମାଧ୍ୟମରେ) ରିପୋର୍ଟ ହେବ।

supreme court

ଆଜିର ଶୁଣାଣିରେ ବରିଷ୍ଠ ଓକିଲ କପିଲ ସିବଲ ଓ ମୁକୁଲ ରୋହତଗୀ ତାମିଲନାଡୁ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିଲେ ଏବଂ ପଚାରିଥିଲେ ଯେ ଏହି ଅପରାଧର ତଦନ୍ତ ପାଇଁ ପୁଲିସ ମାମଲା ରୁଜୁ କରିବା ସତ୍ତ୍ୱେ ରାଷ୍ଟ୍ରାୟତ୍ତ କମ୍ପାନି ଉପରେ କିପରି ଚଢ଼ାଉ କରାଯାଇପାରିବ ଏବଂ କମ୍ପ୍ୟୁଟର ପରି ଇଲେକ୍ଟ୍ରୋନିକ୍ ଉପକରଣ କିପରି ଜବତ କରାଯାଇପାରିବ। ଯେତେବେଳେ ଆମେ ତଦନ୍ତ କରୁଛୁ ସେତେବେଳେ ସେମାନେ (ଇଡି) କାହିଁକି ଏହା ମଧ୍ୟକୁ ଆସୁଛନ୍ତି ବୋଲି ସିବଲ ଯୁକ୍ତି ବାଢ଼ିଥିବା ବେଳେ ରୋହତଗୀ ପଚାରିଥିଲେ, ଟାସମାକ୍ କର୍ମଚାରୀଙ୍କ ଗୋପନୀୟତା ଅଧିକାରର କ'ଣ ହେବ? ସେମାନେ କିପରି କର୍ମଚାରୀଙ୍କ ମୋବାଇଲ୍ ଜବତ କରିପାରିବେ? ମହିଳା କର୍ମଚାରୀଙ୍କୁ ବି ଅଟକ ରଖାଯାଇଛି। ଏହାର ଜବାବରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କହିଛନ୍ତି ଯେ, ଯଦି ରାଜ୍ୟ ୪୭ଟି ପୁଲିସ ମାମଲା ରୁଜୁ କରିସାରିଛି ଏବଂ ତା' ସତ୍ତ୍ବେ ବ୍ୟାପକ ଦୁର୍ନୀତି ଜାରି ରହିଛି, ତେବେ ଇଡି ଏହାର ତଦନ୍ତ କରିପାରିବ। ଇଡି କେବଳ ମନିଲଣ୍ଡରିଂ ଦିଗର ଅନୁସନ୍ଧାନ କରୁଛି ବୋଲି ସେ କହିଥିଲେ।

ମନିଲଣ୍ଡରିଂ ନିବାରଣ ଆଇନର ଧାରା ୬୬(୨) ଆଡକୁ ଇଙ୍ଗିତ କରି ସିବଲ ଏହାର ପ୍ରତିବାଦ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଯଦି ଏଜେନ୍ସି ଅନୁସନ୍ଧାନ ସମୟରେ ଅନ୍ୟ ଏକ ଆଇନ ଉଲ୍ଲଂଘନ ହେବା ଦେଖେ, ତେବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସେହି ସୂଚନା ବାଣ୍ଟିବାକୁ ବାଧ୍ୟ। ଏହି ସମୟରେ ପ୍ରଧାନ ବିଚାରପତି ମଧ୍ୟ ରାଜୁଙ୍କୁ ପଚାରିଥିଲେ, ସଂଘୀୟ ଢାଞ୍ଚାର କ'ଣ ହେବ? ୬୬ (୨)ର କ'ଣ ହେବ? ଉତ୍ତରରେ ଅତିରିକ୍ତ ସଲିସିଟର ଜେନେରାଲ୍ କହିଛନ୍ତି, ଆମେ ଆପରାଧିକ ପ୍ରମାଣ ପାଇଛୁ... ଏଫ୍‌ଆଇଆର୍‌ର ପ୍ରକୃତି ଦେଖନ୍ତୁ, ଦେଖନ୍ତୁ କେତେ ବ୍ୟାପକ ଦୁର୍ନୀତି ହେଉଛି।'

ହୋଲସେଲ ଓ ଖୁଚୁରା ମଦ ବ୍ୟବସାୟ ଉପରେ ଏକଚାଟିଆ ଅଧିକାର ଥିବା ରାଜ୍ୟ ପରିଚାଳିତ ମାର୍କେଟିଂ କର୍ପୋରେସନ୍ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ଏପ୍ରିଲ ୨୩ରେ ଦିଆଯାଇଥିବା ଆଦେଶକୁ ସେମାନେ ଚ୍ୟାଲେଞ୍ଜ କରିଥିଲେ। ମାର୍ଚ୍ଚରେ ଏଜେନ୍ସି ଦାବି କରିଥିଲା ଯେ ଏହା ଟାସମାକ୍ ଅପରେସନରେ ଏକାଧିକ ଅନିୟମିତତା ପାଇଛି।

ଇଡି ଏହା ମଧ୍ୟ କହିଛି ଯେ ୧,୦୦୦ କୋଟି ଟଙ୍କାର ହିସାବ ବିହୀନ ନଗଦ ଟଙ୍କା ମିଳିଛି। ମନିଲଣ୍ଡରିଂ ନିବାରଣ ଅଧିନିୟମ ବା ପିଏମ୍ଏଲ୍ଏ ଅନୁଯାୟୀ ଦଶଟି ସ୍ଥାନରେ ଚଢ଼ାଉ କରାଯାଇଥିଲା ଏବଂ ଟେଣ୍ଡର ପ୍ରଦାନ ସମୟର 'ହେରଫେର ତଥ୍ୟ' ମିଳିଥିବା ଇଡି ଦାବି କରିଛି। ଶାସକ ଡିଏମ୍‌କେ ଓ ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍‌କେ (ଏବଂ ଏହାର ସହଯୋଗୀ ବିଜେପି) ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଉକ୍ତ ଟାସମାକ୍ ମଦ ଦୁର୍ନୀତି ପଦାକୁ ଆସିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+