Chandrayaan: ୯ ଜଣ ଇସ୍ରୋ ବୈଜ୍ଞାନିକଙ୍କୁ ପୁରସ୍କୃତ କଲେ ତାମିଲନାଡୁ ସରକାର

Chandrayaan: ଚନ୍ଦ୍ରଯାନ-3ର ସଫଳତା ନେଇ ସମଗ୍ର ଦେଶ ଉତ୍ସାହିତ । ବର୍ତ୍ତମାନ ସୋମବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ISRO ବୈଜ୍ଞାନିକମାନଙ୍କୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଯେଉଁଠି ସେ ଘୋଷଣା କରିଥିଲେ ଯେ, ତାଙ୍କ ସରକାର କେ ସିଭନ୍ ଏବଂ ମାଇଲସ୍ୱାମୀଙ୍କ ସମେତ ୯ ଜଣ ISRO ବୌଜ୍ଞାନିକଙ୍କୁ ୨୫ ଲକ୍ଷ ନଗଦ ପୁରସ୍କାର ପ୍ରଦାନ କରିବେ । ଏହି ୯ ଜଣ ବୌଜ୍ଞାନିକ ତାମିଲନାଡୁ ବାସିନ୍ଦା ଥିବା ନେଇ ସୂଚନା ରହିଛି ।

Chandrayaan 3
ତାମିଲ ସିଏମ୍ ବୌଜ୍ଞାନିକଙ୍କ ଜ୍ଞାନର ପ୍ରଶଂସା କରିଛନ୍ତି । ଏଥିସହ ସେ କହିଛନ୍ତି, ୯ ଜଣ ବୈଜ୍ଞାନିକଙ୍କ ମଧ୍ୟରୁ ୬ ଜଣ ରାଜ୍ୟର ସରକାରୀ ବିଦ୍ୟାଳୟରେ ପାଠପଢିଥିବାରୁ ସେ ଗର୍ବିତ ଏବଂ ସମସ୍ତେ ସାଧାରଣ ପରିବାର ଆସିଛନ୍ତି, ଛୋଟ ସହରରେ ଜନ୍ମଗ୍ରହଣ କରି ମଧ୍ୟ ସେ ନିଜ ଶିକ୍ଷା ଏବଂ ବ୍ୟକ୍ତିତ୍ୱକୁ ଅଭିବୃଦ୍ଧି କିରବାରେ ସଫଳ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ତାମିଲନାଡୁର ଯୁବ ପିଢୀ ଏହି ବୈଜ୍ଞାନିକମାନଙ୍କୁ ଆଦର୍ଶ ଭାବରେ ଗ୍ରହଣ କରିବା ଉଚିତ ଏବଂ ସେମାନଙ୍କ ମାର୍ଗ ଅନୁସରଣ କରିବା ଉଚିତ୍। ଚନ୍ଦ୍ରଯାନ -୧, ୨ ଏବଂ 3ର ପ୍ରୋଜେକ୍ଟ ନିର୍ଦ୍ଦେଶକମାନେ ସମସ୍ତେ ତାମିଲନାଡୁର । ଏହା ରାଜ୍ୟ ପାଇଁ ଏକ ଗର୍ବର ବିଷୟ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଆହୁରି କହିଛି ଯେ, ତାମିଲନାଡୁର ୯ ଜଣ ବୈଜ୍ଞାନିକ ଦେଶ ପାଇଁ କଠିନ ପରିଶ୍ରମ କରିଛନ୍ତି । ଯେଉଁଥି ପାଇଁ ଆମେ ସରକାର ସେମାନଙ୍କୁ ୨୫ ଲକ୍ଷ ଟଙ୍କାର ନଗଦ ପୁରଷ୍କାର ଦେବାର ନିଷ୍ପତ୍ତି ନେଇଛି ।

ଏହା ବ୍ୟତୀତ ତାମିଲନାଡୁ ସରକାର ମଧ୍ୟ ବୈଜ୍ଞାନିକ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଯେଉଁଥିରେ ୯ ଜଣ ସ୍ନାତକୋତ୍ତର ଇଞ୍ଜିନିୟରିଂ ଛାତ୍ରଙ୍କୁ ପ୍ରସିଦ୍ଧ ବୈଜ୍ଞାନିକଙ୍କ ନାମରେ ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ୧୦ କୋଟି ଟଙ୍କାର ଏକ ପାଣ୍ଠି ରଖାଯାଇଛି। ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଏବଂ ହଷ୍ଟେଲ ଫି ସମେତ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+