Get Updates
Get notified of breaking news, exclusive insights, and must-see stories!

ଭାରତଠାରୁ ତାମିଲନାଡୁକୁ ଅଲଗା କରିବାକୁ ଚେଷ୍ଟା କରାଯାଉଛି: ରାଜ୍ୟପାଳ

ଚେନ୍ନାଇ : ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼ ବିବାଦ ମୁଣ୍ଡ ଟେକିଛି। ରାଜ୍ୟପାଳ ଆର ଏନ୍‌. ରବିଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ତାଙ୍କ ଇଙ୍ଗୀତରେ ଜାଣିଶୁଣି ଏପରି କରାଯାଇଥିବା ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମୁହାଁମୁହିଁ ହୋଇଛନ୍ତି।

ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି କହିଛନ୍ତି ତାମିଲନାଡୁକୁ ଭାରତଠାରୁ ଅଲଗା କରିବା ପାଇଁ ଉଦ୍ୟମ କରାଯାଉଛି ଏବଂ ଏଭଳି ଉଦ୍ୟମ ସଫଳ ହେବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ତାମିଲନାଡୁ ହେଉଛି ଦେଶର ଏକମାତ୍ର ରାଜ୍ୟ ଯିଏକି ଅନ୍ୟ ଭାରତୀୟ ଭାଷାକୁ ତିନି ଭାଷା ଫର୍ମୁଲାରେ ଅନ୍ତର୍ଭୁକ୍ତ କରିବାକୁ ବିରୋଧ କରୁଥିବାବେଳେ ଦେଶର ଅବଶିଷ୍ଟ ୨୭ଟି ରାଜ୍ୟ ଏହି ନୀତି ଆପଣାଇଛନ୍ତି। ହିନ୍ଦୀ ମାସର ସମାପ୍ତ ସମାରୋହରେ ଆର.ଏନ୍ ରବି ରାଜ୍ୟରେ ରାଜନୈତିକ ଦଳ ଦ୍ୱାରା ଏହି ଭାଷାର ବିରୋଧ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ହିନ୍ଦୀ ଲାଗୁ ବିରୋଧରେ ଆଲୋଚନା ଏକ ବାହାନା ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଏକତାକୁ ଭାଙ୍ଗିଦେବାକୁ ଚେଷ୍ଟା କରାଯାଉଛି। ଏକ ବିଷାକ୍ତ ନୀତି ଏବଂ ବିଚ୍ଛିନ୍ନତାବାଦୀ ନୀତି ଭାରତର ଏକତାକୁ ଦୁର୍ବଳ କରିପାରିବ ନାହିଁ। ଏହା ସହିତ ସେ ଦେଶକୁ ବିଭକ୍ତ କରିଥିବା ଲୋକଙ୍କୁ ମଧ୍ୟ ତାଗିଦ କରିଥିଲେ।

tamil nadu governor r n ravi

ଅନ୍ୟପଟେ ଷ୍ଟାଲିନ୍ ଅଣହିନ୍ଦୁଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀ ଭାଷାକୁ ଲଦି ନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ରରେ ଷ୍ଟାଲିନ୍ ଲେଖିଛନ୍ତି, ଅଣହିନ୍ଦୀ ରାଜ୍ୟରେ ହିନ୍ଦୀଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ନିଷ୍ପତ୍ତିର କେନ୍ଦ୍ର ସରକାର ପୁନର୍ବିଚାର କରିବା ଉଚିତ। ଅନ୍ୟଥା ଏଭଳି ପଦକ୍ଷେପ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଭାଷାଗତ ପରିଚୟକୁ ନେଇ ଉତ୍ତେଜନା ସୃଷ୍ଟି କରିବ। ଭାରତ ଏକ ଭାଷାଗତ ବିବିଧତାପୂର୍ଣ୍ଣ ଦେଶ। ଯଦି କେନ୍ଦ୍ର ସରକାର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି, ତେବେ ସ୍ଥାନୀୟ ଭାଷାକୁ ମଧ୍ୟ ସମାନ ପ୍ରାଥମିକତା ଦେବା ଆବଶ୍ୟକ। ଷ୍ଟାଲିନ୍ ଆହୁରି କହିଛନ୍ତି, କେନ୍ଦ୍ର ଯେଉଁ ରାଜ୍ୟରେ ଏପରି କାର୍ଯ୍ୟକ୍ରମର ଆୟୋଜନ କରୁଛି, ସେଠାକାର ଶାସ୍ତ୍ରୀୟ ଭାଷାକୁ ସମ୍ମାନ ଦେବା ଉଚିତ। ଏଭଳି କରାଗଲେ ସବୁ ସମ୍ପ୍ରଦାୟ ମଧ୍ୟରେ ସଦ୍‌ଭାବ ବୃଦ୍ଧି ପାଇବ ବୋଲି ଷ୍ଟାଲିନ୍ ଯୁକ୍ତି ବାଢ଼ିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+