For Quick Alerts
Turn On Notification  
For Daily Alerts
Oneindia App Download

ତାମିଲନାଡୁ ବାଣ କାରଖାନା ଅଗ୍ନିକାଣ୍ଡ : ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ, 36 ରୁ ଅଧିକ ଆହତ

ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ଏକ ଭୟଙ୍କର ରୂପ ନେଇଥିଲା । ଘଟଣାସ୍ଥଳରେ ଅଗ୍ନି ନିର୍ବାପକ କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ କିଛି ମହିଳାଙ୍କ ସମେତ 11 ଜଣଙ୍କର ମୃତ୍ୟୁ, 36 ଜଣ ଆହତ ହୋଇଛନ୍ତି ।

|

ଚେନ୍ନାଇ : ତାମିଲନାଡୁର ଏକ ବାଣ କାରଖାନାରେ ବିସ୍ପୋରଣ ହେବା ଫଳରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଘଟଣାର କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଚାଲିଛି । ପ୍ରାରମ୍ଭରେ, ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ଆସିଥିଲା, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା 11 କୁ ବୃଦ୍ଧି ପାଇଛି । ଏହି ଦୁର୍ଘଟଣାରେ 36ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ-ପ୍ରଶାସନିକ ଦଳ ମଧ୍ୟ ଆଖପାଖ ଅଟ୍ଟାଳିକାକୁ ଖାଲି କରୁଛନ୍ତି ।

Tamil-Nadu-Fire-Cracker-Blast

ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ବିରୁଧୁନଗରସ୍ଥିତ ଅଗ୍ନିଶମ କାରଖାନାରେ ହଠାତ୍ ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ଏକ ଭୟଙ୍କର ରୂପ ନେଇଥିଲା । ଘଟଣାସ୍ଥଳରେ ଅଗ୍ନି ନିର୍ବାପକ କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ କିଛି ମହିଳାଙ୍କ ସମେତ 11 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ 36 ଜଣ ଆହତ ହୋଇଥିବା କୁହାଯାଉଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସେମାନେ ବିସ୍ଫୋରଣ ଶବ୍ଦ ଶୁଣି ସେଠାରେ ପହଞ୍ଚିବା ବେଳକୁ କାରଖାନାରେ ନିଆଁ ଲାଗିଯାଇଥିଲା । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ପୋଲିସ-ପ୍ରଶାସନକୁ ମଧ୍ୟ ସାହାଯ୍ୟ କରୁଛନ୍ତି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଆତସବାଜି କାରଖାନା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଆକଳନ କରାଯାଉଛି ।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 2ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଏବଂ ଆହତଙ୍କୁ 50ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି । ଏଥିସହିତ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ 3ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ 1 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ବିରୁଧୁନଗର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ମୋର ସମବେଦନା । ସେଠାରେ ଫସି ରହିଥିବା ଲୋକଙ୍କ ସୁରକ୍ଷା କାମନା କରୁଛି । ଏହା ବ୍ୟତୀତ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ଘଟଣାସ୍ଥଳରେ ଆବଶ୍ୟକ ସହାୟତା ଯୋଗାଇ ଦିଅନ୍ତୁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
In Tamil Nadu Fire Cracker blast accident death increased to 11 and 36 injured.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X