ତେଲେଙ୍ଗାନା ପରେ ତାମିଲନାଡୁରେ ଭୟଙ୍କର ବିଷ୍ପୋରଣ, ଜିଅନ୍ତା ଜଳିଗଲେ ୬ ଜଣ
ତାମିଲନାଡ଼ୁ ଶିବକାଶୀ ଜିଲ୍ଲାରେ ଅବସ୍ଥିତ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ 2 ଜଣ ମହିଳାଙ୍କ ସମେତ 6 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ପୋଲିସ ଘଟଣା ସମ୍ପର୍କରେ ସୂଚନା ଦେଇଛି । ସୂଚନା ଅନୁଯାୟୀ ବିସ୍ଫୋରଣର ଶବ୍ଦ ଏତେ ଭୟଙର୍କର ହୋଇଥିଲା ଯେ, ଆକାଶରେ ଧୂଆଁର ବାଦଲ ଖେଳାଇ ହୋଇଯାଇଥିବା ଦେଖିବାକୁ ମିଳିଛି ।
ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ସମ୍ପୂର୍ଣ୍ଣ .ୟୁନିଟରେ ନିଆଁ ଲାଗିଯାଇଥିବା ସୂଚନା । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ,ଅଗ୍ନିଶମ ବାହିନୀ ଏବଂ ଉଦ୍ଧାର ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇଥିଲେ ।

ତେବେ ଏହି ବିସ୍ଫୋରଣ କାହିଁକି ଏବଂ କିପରି ହେଲା, ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଏବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି ବୋଲି ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ କହିଛନ୍ତି ।












Click it and Unblock the Notifications