ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସ ଗିରଫ
ଚେନ୍ନାଇ:ଯୌନ ନିର୍ଯାତନା ମାମଲାରେ ଓଡ଼ିଆ ଆପିଏସ୍ ରାଜେଶ ଦାସଙ୍କୁ ୩ ବର୍ଷ ଜେଲ୍ । ମହିଳା IPS ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲା ପରେ ତାଙ୍କୁ ଦଣ୍ତାଦେଶ ଶୁଣାଯାଇଛି ।
ସୂଚନା ଅନୁସାରେ, ଜଣେ ମହିଳା ଆପିଏସ୍ ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ତାଙ୍କୁ ତାମିଲନାଡୁର ଭିଲ୍ଲୁପୁରମ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି । ୩ ବର୍ଷ ଜେଲଦାଣ୍ତ ସହ ୧୦ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୧ ମସିହାରେ ଜଣେ ମହିଳା IPS ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରିଥିଲେ ।

ସୂଚନାଥାଉ ଯେ, ୨୦୨୧ ମସିହା ଫେବ୍ରୁଆରୀ ମାସରେ ଜଣେ ମହିଳା IPS ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରିଥିଲେ । ତତକାଳୀନ ମୁଖ୍ୟମନ୍ତ୍ରୀ ଏଡପ୍ପାଦୀ କେ.ପଲାନୀସ୍ୱାମୀଙ୍କ ସୁରକ୍ଷା ଯାଞ୍ଚ କରିବା ପାଇଁ ଯାଉଥିବା ବେଳେ ରାଜେଶ ବିନା ଅନୁମତିରେ ତାଙ୍କୁ ସ୍ପର୍ଶ କରିବାକୁ ପ୍ରାୟାସ କରିଥିଲେ ।
ଯାହା ପରେ ମହିଳା ଆପିଏସ ଜଣକ ଅଭିଯୋଗ କରିଥିଲେ । ଯାହା ପରେ ତାଙ୍କୁ ନିଲମ୍ବନ କରାଯିବା ସହ ଏହି ମାମଲାର ତଦନ୍ତ ପାଇଁ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଥିଲା ଏବଂ ୨୦୨୧ ମସିହା ଜୁଲାଇ ମାସରେ ରାଜେଶଙ୍କ ବିରୋଧରେ ୪୦୦ ପୃଷ୍ଠାର ଚାର୍ଜସିଟ୍
ଭିଲ୍ଲୁପୁରମ କୋର୍ଟରେ ଦାଖଲ କରାଯାଇଥିଲା ଏବଂ ୭୦ ଜଣ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା । ଶେଷରେ IPS ରାଜେଶ ଦାସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ୩ ବର୍ଷ ଜେଲ୍ ଜଣ୍ତରେ ଦଣ୍ତିତ କରାଯାଇଛି ।












Click it and Unblock the Notifications