ତାମିଲନାଡୁ ଦଳାଚକଟା ଘଟଣା: ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

କରୁର ଦଳାଚକଟାରେ ମୃତ୍ୟୁବରଣ କରିଥିବା ୩୯ଜଣଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ଏକ୍ସ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୁଃଖଦ ଘଟଣାରେ ଆହତ ହୋଇଥିବା ପ୍ରତ୍ୟେକ ଲୋକଙ୍କୁ ୫୦ହଜାର ଟଙ୍କା ସହାୟତା ଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।

modi

ଏକ୍ସ ପୋଷ୍ଟ ସେୟାର କରି ପିଏମଓ ପକ୍ଷରୁ କୁହାଯାଇଛି ଯେ, "ତାମିଲନାଡୁର କରୁରରେ ଏକ ରାଜନୈତିକ ରାଲିରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମଏନଆରଏଫରୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ।"

ଏହା ପୂର୍ବରୁ ଅଭିନେତା-ରାଜନେତା ବିଜୟ ୩୯ ଜଣଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ଟିଭିକେ ମୁଖ୍ୟ କହିଥିଲେ ଯେ, ତାଙ୍କ ଦଳ ଏହି ଦୁର୍ଘଟଣାରେ ଆହତ ପ୍ରାୟ ୧୦୦ଜଣଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଦେବ।

ଉଲ୍ଲେଖଯୋଗ୍ୟ, ଶନିବାର ତାମିଲଗା ଭେଟ୍ଟ୍ରି କାଜାଗମ (ଟିଭିକେ) ମୁଖ୍ୟ ବିଜୟଙ୍କ ଜନସଭା ରୢାଲି କରୁର ସହରରେ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେବା ପାଇଁ ଆସିଥିବା ବିଜୟଙ୍କ ସମର୍ଥକମାନେ ପ୍ରାୟ ୬ ଘଣ୍ଟା ଧରି ଅପେକ୍ଷା କରିଥିଲେ। ବିଜୟ ଆସିବା ପରେ ଲୋକମାନେ ମଞ୍ଚ ନିକଟକୁ ମାଡ଼ିଯିବାରୁ ଭିଡ଼ ସ୍ଥିତି ଅସମ୍ଭାଳ ହୋଇଥିଲା। ଦଳାଚକଟାରେ ଅନେକ ଲୋକ ଅଣନିଶ୍ବାସୀ ହୋଇ ବେହୋସ୍ ହୋଇ ପଡ଼ିଥିଲେ। ବିଜୟ ତାଙ୍କ ଭାଷଣ ଅଧାରୁ ବନ୍ଦ କରି ସମସ୍ତଙ୍କୁ ଶାନ୍ତ ରହିବା ପାଇଁ ଅନୁରୋଧ କରିଥିଲେ। ଭିଡ଼ରେ ଜଣେ ପିଲା ନିଖୋଜ ହୋଇ ଯାଇଥିବାରୁ ତାକୁ ଖୋଜିବା ପାଇଁ ବିଜୟ ପୁଲିସକୁ କହିଥିଲେ। ଏଥିସହିତ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ିବାକୁ ସମର୍ଥକମାନଙ୍କୁ ଅନୁରୋଧ କରିଥିଲେ। ଯେଉଁମ‌ାନେ ଅସୁସ୍ଥ ଅନୁଭବ କରିଥିଲେ ସେମାନଙ୍କୁ ପାଣି ବୋତଲ ଦିଆଯାଇଥିଲା ଏବଂ ତତ୍କାଳ ଚିକିତ୍ସା ଟିମ୍‌ ମୁତୟନ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+