ନିଜକୁ ଚାବୁକରେ ମାରିଲେ ତାମିଲନାଡୁ ବିଜେପି ସଭାପତି, ଜାଣନ୍ତୁ କାରଣ....

ଅନ୍ନା ବିଶ୍ୱବିଦ୍ୟାଳୟର ୧୯ ବର୍ଷୀୟ ଝିଅକୁ ଯୌନ ଉତ୍ପୀଡ଼ନ ବିରୁଦ୍ଧରେ ନିଜକୁ ଚାବୁକ ମାରିଲେ ଆନ୍ନାମଲାଇ। କୋଏମ୍ୱାଟୋରରେନିଜ ବାସଭବନ ଆଗରେ ନିଜକୁ ଏମିତି ଢଙ୍ଗରେତାମିଲନାଡ଼ୁ ବିଜେପି ସଭାପତି ଅନ୍ନାମଲାଇ ସଜ୍ଜା ଦେଇ ଡିଏମକେ ସରକାର ବିରୁଦ୍ଧରେ ପ୍ରତିବାଦ କରିଛନ୍ତି। ଏଭଳି ଘଟଣାରେ ୪୮ ଦିନ ଉପବାସ ରହିବେ। ଆଉ ଚପଲ ପିନ୍ଧିବେନି।

ତାମିଲନାଡ଼ୁରୁ ଡିଏମକେ ସରକାର କ୍ଷମତାରୁ ନ ହଟିବା ଯାଏ ସେ ଜୋତା ପିନ୍ଧିବେନି ବୋଲି ସଂକଳ୍ପ ନେଇଛନ୍ତି। ଅନ୍ନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ଘଟଣାରେ ସରକାରଙ୍କ ବିରୁଦ୍ଧରେ ଅନ୍ନାମଲାଇଙ୍କ ସମେତ ବିଜେପି ଓ ଏଆଇଡିଏମକେ ନେତା ବି ପ୍ରଦର୍ଶନ କରିଛନ୍ତି।

ତାମିଲନାଡୁ ବିଜେପି ସଭାପତି ଆନ୍ନାମଲାଇ ଶୁକ୍ରବାର ଦିନ ସକାଳେ ତାଙ୍କ ଘର ବାହାରେ ଖାଲି ଦେହରେ ଥାଇ ନିଜକୁ ୬ ଥର ଚାବୁକରେ ମାରିଥିଲେ। ଏତିକିବେଳେ ଜଣେ ସମର୍ଥକ ଧାଇଁ ଆସି ଆନ୍ନାମଲାଇଙ୍କୁ ରୋକିଥିଲେ। ସୋଶାଲ ମିଡିଆରେ ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।

ଏହାପୂର୍ବରୁ ଗୁରୁବାର ଦିନ ଆନ୍ନାମଲାଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ଚପଲ ଖୋଲିଥିଲେ ଏବଂ କହିଥିଲେ ଯେ ଡିଏମକେ ସରକାରକୁ ନହଟାଇବା ପର୍ଯ୍ୟନ୍ତ ସେ ଖାଲି ପାଦରେ ଚାଲିବେ। ଆନ୍ନା ବିଶ୍ୱବିଦ୍ୟାଳୟରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ସେ ୪୮ ଦିନ ଉପବାସରେ ରହିବେ ବୋଲି ଘୋଷଣା କରିଥିବାବେଳେ ଏହି ଘଟଣା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜ ଘର ଆଗରେ ୬ ଥର ଜାବୁକ ମାଡ଼ ଖାଇବେ ବୋଲି ମଧ୍ୟ ସେ ଗତକାଲି ଘୋଷଣା କରିଥିଲେ।

Annamalai

ଆନ୍ନା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀଙ୍କୁ ସୋମବାର ବିଳମ୍ୱିତ ରାତିରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଢାବା ସଞ୍ଚାଳକ ଦୁଷ୍କର୍ମ କରିଥିଲେ। ଅନ୍ନାମଲାଇ ଆରୋପ ଲଦିଛନ୍ତି ଯେ, ୟୁନିଭରସିଟି କ୍ୟାମ୍ପସରେ ଜଣେ ଛାତ୍ର ଓ ଛାତ୍ରୀ ଥିଲେ। ସେତିକିବେଳେ କ୍ୟାମ୍ପସକୁ ଦୁଇ ଅଜ୍ଞାତ ଲୋକ ପଶି ଛାତ୍ରଙ୍କୁ ମାଡ଼ପିଟ୍ କରିବା ସହ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି। ମହିଳାଙ୍କ ବିରୁଦ୍ଧରେ ବଢ଼ୁଥିବା ଅପରାଧ ଲାଗି ଡିଏମକେ ସରକାର ଦାୟୀ ବୋଲି କହିଛନ୍ତି ଅନ୍ନାମଲାଇ।

ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସାଙ୍ଗଙ୍କ ସହ ଚର୍ଚ୍ଚରୁ କ୍ୟାମ୍ପସ ଫେରୁଥିଲା ବେଳେ ରାସ୍ତାରେ ବିରିଆନି ବିକୁଥିବା ଲୋକ ଦୁଷ୍କର୍ମ କରିଛି। ଏହାକୁ ନେଇ ଛାତ୍ରୀ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। କ୍ଷମତାସୀନ ଡିଏମକେ ଦଳର ସହଯୋଗୀ ବି କଡ଼ା ନିନ୍ଦା କରିଛନ୍ତି ଘଟଣାକୁ। ପୁଲିସ ଏହି ମାମଲାରେ ୩୭ ବର୍ଷୀୟ ଅଭିଯୁକ୍ତ ଜ୍ଞାନଶେଖରନକୁ ଗିରଫ କରିଛି।

ସରକାର କହିଛନ୍ତି, ଦୁଷ୍କର୍ମକାରୀଙ୍କୁ ନିସ୍ତାର ନାହିଁ। କଡ଼ାରୁ କଡ଼ା ଦଣ୍ଡବିଧାନ କରାଯିବ। ଅଭିଯୁକ୍ତ ସହ ଉପ-ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଲିଙ୍କ୍‌ ଅଛି ବୋଲି ଆରୋପ ଲଦୁଛନ୍ତି ବିରୋଧୀ। ଉଦୟଙ୍କ ସହ ଅଭିଯୁକ୍ତର ଫଟୋକୁ ସେୟାର କରିଛି ବିଜେପି। ଅଭିଯୁକ୍ତ ଡିଏମକେ ଦଳର। ସେପଟେ ଡିଏମକେ ଏହାର କାଉଣ୍ଟର କରିଛି। ଅଭିଯୁକ୍ତ ଡିଏମକେର ମେମ୍ୱର ନୁହଁନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+