ମେକେଦାତୁ ପ୍ରକଳ୍ପ ବିରୋଧରେ ତାମିଲନାଡୁ ବିଧାନସଭାରେ ସଂକଳ୍ପ ପାରିତ, କର୍ଣ୍ଣାଟକକୁ କ୍ଲିଅରାନ୍ସ ନଦେବାକୁ କେନ୍ଦ୍ରକୁ ଦାବି

କାବେରୀ ନଦୀ ଉପରେ କର୍ଣ୍ଣାଟକ ସରକାର ପ୍ରସ୍ତାବ ରଖିଥିବା ମେକେଦାତୁ ବନ୍ଧ ପ୍ରକଳ୍ପକୁ ତାମିଲନାଡୁ ସରକାର ତୀବ୍ର ବିରୋଧ କରିଛନ୍ତି। ଶୁକ୍ରବାର ଦିନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ବିଧାନସଭାରେ ଏହି ପ୍ରକଳ୍ପ ବିରୁଦ୍ଧରେ ଏକ ସଂକଳ୍ପ ଆଣିଛନ୍ତି ଏବଂ ଗୃହର ସମସ୍ତ ସଦସ୍ୟଙ୍କୁ ଏହାକୁ ସର୍ବସମ୍ମତି କ୍ରମେ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସଂକଳ୍ପକୁ କଂଗ୍ରେସ ଏବଂ ଭିସିକେ ଦଳ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିଛି । ନେତାମାନେ ଏହି ଆନ୍ତଃ-ରାଜ୍ୟ ନଦୀ ଜଳ ବିବାଦ ମାମଲାରେ ସମସ୍ତେ ଏକାଠି ହୋଇ ଛିଡ଼ା ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକର ଏହି ଏକପାଖିଆ ପ୍ରକଳ୍ପ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ କରୁଛି ଏବଂ ଏହାଦ୍ୱାରା ତାମିଲନାଡୁର ଚାଷୀମାନେ ଗମ୍ଭୀର ଭାବେ ପ୍ରଭାବିତ ହେବେ ।

Tamil Nadu Assembly passes
ସଂକଳ୍ପ ଅନୁଯାୟୀ, କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲ ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ କର୍ଣ୍ଣାଟକ ସମ୍ମାନ ଦେଉନାହିଁ । ଅନ୍ୟ ରାଜ୍ୟଗୁଡ଼ିକର ସହମତି କିମ୍ବା କେନ୍ଦ୍ରର ବିନା ଅନୁମତିରେ ଏହି ବନ୍ଧ ନିର୍ମାଣ ଚେଷ୍ଟା କଦାପି ଗ୍ରହଣଯୋଗ୍ୟ ନୁହେଁ। କାବେରୀ ଏକ ଜଳାଭାବ ଅବବାହିକା ହୋଇଥିବାରୁ ଏଠାରେ କୌଣସି ନୂଆ ପ୍ରକଳ୍ପ କରାଯାଇପାରିବ ନାହିଁ। ତେଣୁ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ବୈଷୟିକ କିମ୍ବା ପରିବେଶ ସମ୍ବନ୍ଧୀୟ କୌଣସି ମଞ୍ଜୁରୀ ନଦେବାକୁ ଏବଂ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) କର୍ଣ୍ଣାଟକର ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଯାଞ୍ଚ ନକରିବାକୁ ଏହି ସଂକଳ୍ପରେ ଦାବି କରାଯାଇଛି। କାବେରୀ ବିବାଦ ଏକ ସ୍ପର୍ଶକାତର ବିଷୟ ହୋଇଥିବାରୁ ତାମିଲନାଡୁର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ପଦକ୍ଷେପକୁ ବିଧାନସଭା ସର୍ବସମ୍ମତି କ୍ରମେ ସମର୍ଥନ କରିଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+