ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୮ ମୃତ
Tamil Nadu explosion explosion news in odia: ତାମିଲନାଡୁ କ୍ରିଷ୍ଣାଗିରୀର ସ୍ଥିତ ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବାଣ ବିସ୍ପୋରଣ । ୧୨ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ମଧ୍ୟ ଆଉ କିଛି ଗୋଦାମ ଭିତରେ ଫସି ରହିଥିବା ନେଇ ସୂଚନା ରହିଛି ।
#WATCH | Few people feared dead in explosion in firecrackers factory in Krishnagiri district of Tamil Nadu; further details awaited pic.twitter.com/cOImAJy35y
— ANI (@ANI) July 29, 2023
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବାଣ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଦୋକାନରେ ନିଆଁ ଲାଗିବା ସହ ଭୁଶୁଡି ପଡିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ଜିଲ୍ଲା କଲେକ୍ଟରଙ୍କ ସୂଚନା ଅନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଏକ ହୋଟେଲ କୋଠା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଏବଂ ଆଖପାଖରେ ଥିବା ତିନି ଚାରି ଘର ଆଂଶିକ ନଷ୍ଟ ହୋଇଛି । ରେସ୍କ୍ୟୁ ଟିମ୍ ବାଣ ଗୋଦାମ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଭିତିରେ କେତେ ସଂଖ୍ୟାରେ ଲୋକ ଫସିଛନ୍ତି ତାବା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।












Click it and Unblock the Notifications