ଏସିଆନ୍ ବଡି ବିଲ୍ଡଙ୍ଗ୍ ଚାମ୍ପିଅନସିପରେ ଭାଗ ନେବେ 72 ବର୍ଷିୟ ବୃଦ୍ଧ
କଥାରେ ଅଛି ଦୃଢ ଆତ୍ମବିଶ୍ବାସ ଥିଲେ ସବୁ ସମ୍ଭବ ହୋଇଥାଏ। ତେବେ ଏମିତି କାର୍ଯ୍ୟ କରି ଦେଖାଇଛନ୍ତି ତାମିଲନାଡୁର 72 ବର୍ଷୀୟ ରତିନମ୍। ସେ 72 ବର୍ଷରେ ବଡି ବିଲ୍ଡଙ୍ଗ୍ କରିବା ସହ ଆଗକୁ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ବଡି ବିଲ୍ଡଙ୍ଗ୍ ଏବଂ ଫିଜିକ୍ ସ୍ପୋର୍ଟ୍ସ ଚାମ୍
ଚେନ୍ନାଇ: କଥାରେ ଅଛି ଦୃଢ ଆତ୍ମବିଶ୍ବାସ ଥିଲେ ସବୁ ସମ୍ଭବ ହୋଇଥାଏ। ତେବେ ଏମିତି କାର୍ଯ୍ୟ କରି ଦେଖାଇଛନ୍ତି ତାମିଲନାଡୁର 72 ବର୍ଷୀୟ ରତିନମ୍। ସେ 72 ବର୍ଷରେ ବଡି ବିଲ୍ଡଙ୍ଗ୍ କରିବା ସହ ଆଗକୁ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ବଡି ବିଲ୍ଡଙ୍ଗ୍ ଏବଂ ଫିଜିକ୍ ସ୍ପୋର୍ଟ୍ସ ଚାମ୍ପିଅନସିପରେ ଭାରତ ପାଇଁ ପ୍ରତିଦ୍ବନ୍ଦିତା କରିବେ। ମାଳଦ୍ବୀପରେ ଚଳିତ ବର୍ଷ ଜୁଲାଇ 15 ତାରିଖରୁ 21 ପର୍ଯ୍ୟନ୍ତ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ । ରତିନାମ ତାମିଲିନାଡୁର ଚେଙ୍ଗାଲପଟ୍ଟୁ ଜିଲ୍ଲା ଅନ୍ତର୍ଗତ ମଦୁରାକଣ୍ଟମ ଅଞ୍ଚଳର ବୋଲି ଜଣାପଡିଛି । ସେ ପ୍ରତ୍ୟେକ ଦିନ ଜିମ ଯିବା ସହ ଶାରିରୀକ ବ୍ୟାୟମ କରିଥାନ୍ତି।

ହିମାଚଳ ପ୍ରଦେଶରେ ଗତ ମାସ 22 ତାରିଖରେ ଆୟୋଜିତ ହୋଇଥିବା ବଡି ବିଲ୍ଡିଙ୍ଗ ପ୍ରତିଯୋଗିତାରେ ରତିନମ୍ ଭାଗ ନେଇ କୃତକାର୍ଯ୍ୟ ହୋଇଥିଲେ। ସେ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ ଶୈଳନ୍ଦ୍ର ବାବୁଙ୍କୁ ନିଜର ରୋଲ ମଡେଲ ବୋଲି କହିଛନ୍ତି। ରତିନମ୍ କହିବା ଅନୁସାରେ, ଶୈଳନ୍ଦ୍ର ବାବୁ ଶାରିରୀକ ସୁସ୍ଥତା ଓ ଫିଟନେସ୍ ଉପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଦେଖିବା ପରେ ସେ ଏଥିରେ ଅନୁପ୍ରାଣିତ ହୋଇ ଏହି କାର୍ଯ୍ୟ କରି ଆଜି ସଫଳ ହୋଇଛନ୍ତି।












Click it and Unblock the Notifications