ତାମିଲନାଡୁରେ ପ୍ରବଳ ବର୍ଷା: ବନ୍ଦ ହେଲା ୪ ଜିଲ୍ଲାର ସ୍କୁଲ ଏବଂ କଲେଜ
Tamil Nadu: ତାମିଲନାଡୁରେ ପ୍ରବଳ ବର୍ଷା ହେତୁ ଆସନ୍ତାକାଲି ଅର୍ଥାତ୍ 18 ଡିସେମ୍ବରରେ 4 ଟି ଜିଲ୍ଲାର ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି। ଦକ୍ଷିଣ ଶ୍ରୀଲଙ୍କା ଉପକୂଳରେ ଭାରତ ମହାସାଗରରେ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟର ପ୍ରଭାବରେ ରବିବାର ଦିନ କନ୍ୟାକୁମାରୀ, ଥୋଥୁକୁଡି, ତିରୁନେଲଭେଲି ଏବଂ ତେନକାସୀରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତିରୁନେଲଭେଲି ଏବଂ ତେନକାସୀରେ ପ୍ରବଳ ବର୍ଷା ଜାରି ରହିଛି ଯାହା ଫଳରେ ବିଭିନ୍ନ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଛି । ଏପରିକି ବଡ଼ ବଡ଼ ଗଛ ଉପୁଡ଼ିଯିବା ସହ ଯାନବାହନ ନଷ୍ଟ ଭାସିଯିବା ପରି ଘଟଣା ମଧ୍ୟ ଦେଖିବା ପାଇଁ ମିଳିଛି ।

ସେହିପରି ତିରୁନେଲବେଲି ଏବଂ ଥୁଥୁକୁଡିର ପ୍ରଶାସନ ଲୋକଙ୍କୁ ଥାମିରାବରାନି ନଦୀରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଜଳଭଣ୍ଡାରଗୁଡ଼ିକରେ ଜଳ ସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଏହ ସମସ୍ତ ସ୍ଥାନାନରେ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ NDRFର ଚାରିଟି ଦଳ ନିୟୋଜିତ କରାଯାଇଛି ।
ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସୋମବାର ତାମିଲନାଡୁ ଏବଂ କେରଳର ଦକ୍ଷିଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହି ସମସ୍ତ ସ୍ଥାନରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications