୩୧ ବାଂଲାଦେଶୀଙ୍କୁ ଗିରଫ କଲା ଏଟିଏସ୍‌, ବେଆଇନ୍ ଭାବରେ ରହୁଥିଲେ ତାମିଲନାଡୁର ତିରୁପୁରରେ

ତାମିଲନାଡୁର ତିରୁପୁରରେ ବେଆଇନ୍‌ ଭାବରେ ରହୁଥିବା ୩୧ ବାଂଲାଦେଶୀଙ୍କୁ କୋଏମ୍ବାଟୁର ଆତଙ୍କୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଥିବା ଜଣାପଡ଼ିଛି । ସୂଚନା ପାଇବା ପରେ ଏସପି ଭି. ବଦ୍ରିନାରାୟଣନଙ୍କ ନେତୃତ୍ବରେ ଏଟିଏସ୍‌ ଟିମ୍‌ ସର୍ଚ୍ଚ ଅପରେସନ୍‌ ଚଳାଇଥିଲା । ତିରୁପୁରରେ ବିଭିନ୍ନ ଭଡ଼ା ଘରେ ଟିମ୍‌ ଚଢ଼ାଉ କରିବା ସହ ଯାଞ୍ଚ କରିଥିଲା । ଏଥିରେ ପାଲାଡାମ ଅଞ୍ଚଳରୁ ୨୮ ବାଂଲାଦେଶୀଙ୍କୁ ଏଟିଏସ୍‌ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ବୀରାପାଣ୍ଡି ଏବଂ ନାଲୁରରୁ ଗିରଫ କରାଯାଇଛି ।

arrest

ସେମାନେ ସମସ୍ତେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ପରିଚୟ ଦେଇ ତିରୁପୁରରେ ଥିବା ଏକ କପଡ଼ା କମ୍ପାନିରେ କାର୍ଯ୍ୟ କରୁଥିଲେ । ଗିରଫ ଅଭିଯୁକ୍ତଙ୍କ ପାଖରୁ ଏଟିଏସ୍‌ ବାଂଲାଦେଶର ପରିଚୟ ପତ୍ର ଏବଂ ନକଲି ଆଧାରକାର୍ଡ ଜବତ କରିଛି । ସେପଟେ ଗିରଫ ସମସ୍ତ ବାଂଲାଦେଶୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଏବେ ସେମାନଙ୍କୁ ଚେନ୍ନାଇର ପୁଝଲ ସେଣ୍ଟ୍ରାଲ୍‌ ଜେଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, କେତେକ ଅସାଧୁ ଭାରତୀୟ ଏଜେଣ୍ଟ ବାଂଲାଦେଶରୁ ବେଆଇନ୍‌ ଭାବରେ ଶ୍ରମିକଙ୍କୁ ଆଣି ଏଠାରେ କପଡ଼ା କମ୍ପାନିରେ ଲଗାଉଛନ୍ତି । ଭାରତ ସୀମା ଲଂଘିବା ଲାଗି ବାଂଲାଦେଶୀ ସଂପୃକ୍ତ ଏଜେଣ୍ଟମାନଙ୍କୁ ଟଙ୍କା ମଧ୍ୟ ଦେଉଛନ୍ତି । ନକଲି ଆଧାରକାର୍ଡ ସଂଗ୍ରହ କରିବା ପରେ ତିରୁପୁରରେ ଥିବା କମ୍ପାନିରେ ସେମାନେ କାମ କରୁଛନ୍ତି । ବାଂଲାଦେଶ ଅପେକ୍ଷା ଏଠାରେ ସେମାନଙ୍କୁ ଅଧିକ ଦରମା ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+