ଗାଡି ଚଳାଇବା ବେଳେ ଫୋନରେ କଥା ହେଉଛନ୍ତି କି? ପଢନ୍ତୁ ଏହି ଖୁସି ଖବର
ଭୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ଏକ ଆଶ୍ଵସ୍ତି ଖବର । ଆପଣ ଯଦି ଗାଡି ଚଳାଇବା ବେଳେ ବ୍ୟସ୍ତତା କାରଣରୁ ମୋବାଇଲରେ କଥା ହେଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଉପଯୋଗୀ ଖବର ହୋଇପାରେ । କେତେକ କଟକଣା ସହିତ ଗାଡି ଚଳାଇବା ବେଳେ ମୋବାଇଲରେ କଥା ହେବା ପାଇଁ ଆପଣଙ୍କୁ ଦେବାକୁ ପଡିବନି ଫାଇନ। ଖୁବ ଶୀଘ୍ର ଏହା ଆଇନର ପରିସରଭୁକ୍ତ ହେବ। ତେବେ ଏହି ଖବର ସମ୍ପୂର୍ଣ ପଢନ୍ତୁ ଏବଂ ସରକାରଙ୍କ ଦ୍ଵାରା ଜାରି ନିୟମ ମାନନ୍ତୁ ।

ସୂଚନା ଅନୁଯାୟୀ, ଲୋକସଭାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେ, ଦେଶରେ ଯଦି ଆପଣଙ୍କ ଫୋନ ହ୍ୟାଣ୍ଡ-ଫ୍ରି ଡିଭାଇସ୍ ସହିତ ସଂଯୁକ୍ତ ଥିବ ତେବେ ଟ୍ରାଫିକ ଅଧିକାରୀ ଆପଣଙ୍କ ଠାରୁ ଜୋରିମାନା ଆଦାୟ କରିପାରିବେ ନାହିଁ । ସେହିପରି ହ୍ୟାଣ୍ଡ-ଫ୍ରି ଡିଭାଇସରେ କଥାହେବା ସମୟରେ ଏହା ଗାଡ଼ିରେ ରଖିବା ପରିବର୍ତ୍ତେ ପକେଟରେ ରଖିଥିବା ଆବଶ୍ୟକ । ତେବେ ଗାଡ଼ି ଚଳାଇବା ସମୟରେ ଚାଳକ ସିଧାସଳଖ ମୋବାଇଲରେ କଥା ହେଉଥିଲେ ଟ୍ରାଫିକ ଚାଲାଣ କଟାଯିବ । ଫୋନରେ କଥା ହେବା ସମୟରେ ଡ୍ରାଇଭିଂ ପ୍ରତି ଅଶେଷ ଧ୍ୟାନ ଦିଅନ୍ତୁ ।












Click it and Unblock the Notifications