ଜୀବିତ ଲୋକଙ୍କ ଫଟୋ ଉଠାଇଲେ ଯିବେ ଜେଲ , କେଉଁଠି ହୋଇଛି ଏହି ନିୟମ?
ଆଫଗାନିସ୍ତାନର ତାଲିବାନ ସରକାର ଏକ ନୂତନ ଆଦେଶ ଜାରି କରି ସାରା ବିଶ୍ୱରେ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଛି । ତାଲିବାନ ତାହାର ନୂତନ ଆଦେଶରେ ଜୀବନ୍ତ ଲୋକ ଏବଂ ପଶୁମାନଙ୍କର ଫଟୋ ଉଠାଇବାକୁ କରିଛି ବାରଣ । ବିଶେଷକରି ସରକାରୀ ସେବାରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି ।
ତାଲିବାନ ନୂଆ ନିର୍ଦ୍ଦେଶ ଜାରି କରି କହିଛି ଯେ ଜୀବନ୍ତ ଲୋକଙ୍କ ଫଟୋ ଉଠାଇବା ସେମାନଙ୍କ ପାଇଁ ବହୁତ କ୍ଷତି ପହଁଞ୍ଚାଇଥାଏ । ଯେଉଁଠାରେ ଜୀବଜନ୍ତୁଙ୍କ ଫଟୋ ଉଠାଇବାରେ କମ୍ କ୍ଷତି ହୋଇଥାଏ । ତେଣୁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏବଂ ସଭାଗୁଡ଼ିକରେ ଫଟୋ ଉଠାଯିବ ନାହିଁ । ତାଲିବାନ ଏହାର ନିଷ୍ପତ୍ତି ପଛରେ ଇସଲାମକୁ ମଧ୍ୟ ଉଲ୍ଲେଖ କରିଛି (ତାଲିବାନ ନ୍ୟୁଜ୍) । ନିର୍ଦ୍ଦେଶକୁ ଅବମାନନା କଲେ ଜେଲ ଦଣ୍ଡ ମଧ୍ୟ ହୋଇପାରେ ।

ତାଲିବାନ କହିଛି ଯେ ଇସଲାମ ଅନୁଯାୟୀ ମଣିଷ ଏବଂ ପଶୁମାନଙ୍କର ଚିତ୍ର ତିଆରି କରାଯିବା ଉଚିତ ନୁହେଁ । ସେଥିପାଇଁ ଫଟୋଗ୍ରାଫ୍ ନେବା ନିଷେଧ । ଯଦିଓ ଏହି ନିଷ୍ପତ୍ତି କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ, ସାଧାରଣ ଜନତା ଏବଂ ଗଣମାଧ୍ୟମ ସହ ଜଡିତ ଲୋକଙ୍କୁ ଏହି ନିୟମରୁ ଦୂରେଇ ରଖାଯାଇଛି । ଏହା ଏକ ଭିନ୍ନ କଥା ଯେ ତାଲିବାନ ଅଧିକାରୀମାନେ ନିଜେ ଅନ୍ୟ ଦେଶର ପ୍ରତିନିଧୀଙ୍କ ସହ ନିଆଯାଇଥିବା ଫଟୋ ସେୟାର କରୁଛନ୍ତି ।
୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ଯେତେବେଳେ ତାଲିବାନ ସରକାର ଥିଲା ସେତେବେଳେ ଜୀବନ୍ତ ଲୋକଙ୍କ ଫଟୋ ଉଠାଇବା ଏବଂ ଭିଡିଓ କରିବା ଉପରେ ବାରଣ କରିଥିଲା ତାଲିବାନ । ଏପରିକି ସେତେବେଳେ ଆତଙ୍କବାଦୀ ସଂଗଠନ କେବଳ ଇସଲାମକୁ ଦର୍ଶାଇଥିଲା । ଏହା ବ୍ୟତୀତ ଅନେକ ଅଜବ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏବେ ପୁଣି ତାଲିବାନ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସମାନ ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି ।












Click it and Unblock the Notifications