ଅକ୍ଟୋବର ୯ରେ ଭାରତ ଗସ୍ତ ଆସିବେ ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି
ଆସନ୍ତା ଅକ୍ଟୋବର ୯ ତାରିଖରେ ଭାରତ ଗସ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି ତାଲିବାନ ସରକାରଙ୍କ ଆଫଗାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି। ଯାହାକି ଏକ ଐତିହାସିକ ଘଟଣା। ୨୦୨୧ ମସିହା ଅଗଷ୍ଟ ମାସରେ ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଏହା କାବୁଲରୁ ନୂଆଦିଲ୍ଲୀକୁ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ହେବ, ଯାହା ଭାରତ-ତାଲିବାନ ସମ୍ପର୍କର ଏକ ନୂତନ ଅଧ୍ୟାୟକୁ ଚିହ୍ନିତ କରିବ।

ଜାତିସଂଘ ସୁରକ୍ଷା ପରିଷଦ ନିଶ୍ଚିତ କରିଛି ଯେ ମୁତାକିଙ୍କୁ ଅନ୍ତର୍ଜାତୀୟ ଯାତ୍ରା ପ୍ରତିବନ୍ଧକରୁ ଏକ ଅସ୍ଥାୟୀ ଛାଡ ଦିଆଯାଇଛି, ଯାହା ତାଙ୍କୁ ଅକ୍ଟୋବର ୯ ରୁ ୧୬ ମଧ୍ୟରେ ନୂଆଦିଲ୍ଲୀ ଗସ୍ତ କରିବାକୁ ଅନୁମତି ଦେଇଛି।
ଜାନୁଆରୀ ମାସରୁ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ବରିଷ୍ଠ ଆଇଏଫଏସ୍ ଅଧିକାରୀ ଜେ.ପି. ସିଂହଙ୍କ ସମେତ ଭାରତୀୟ ଅଧିକାରୀମାନେ ମୁତାକି ଏବଂ ଅନ୍ୟ ତାଲିବାନ ନେତାଙ୍କ ସହିତ ଅନେକ ପର୍ଯ୍ୟାୟ ଆଲୋଚନା କରିଛନ୍ତି। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଦୁବାଇରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କୁ ଭେଟିଥିଲେ, ଯେଉଁଠାରେ ଆଫଗାନିସ୍ତାନକୁ ନୂଆଦିଲ୍ଲୀର ମାନବିକ ସହାୟତା, ବିଶେଷକରି ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଶରଣାର୍ଥୀ ପୁନର୍ବାସକୁ ସମର୍ଥନ କରିବା ଉପରେ ଆଲୋଚନା ହୋଇଥିଲା।












Click it and Unblock the Notifications