ଟିକେଟକୁ ନେଇ କଳି, କଂଗ୍ରେସ ପ୍ରାର୍ଥୀ ତାଲିକାରେ ସମ୍ପର୍କୀୟଙ୍କ ନାଁ
ଟିକେଟକୁ ନେଇ କଂଗ୍ରେସରେ କଲି। ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ଏବେ କର୍ନାଟକର କଂଗ୍ରେସ ଦଳ ଗୁରୁବାର ଏହାର ତୃତୀୟ ତାଲିକାରେ ୧୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏହି ନାମଗୁଡିକୁ ନେଇ ଦଳ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କର୍ନାଟକରେ ଦୁଇଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ। ଏଠାରେ ଦଳ ଏପର୍ଯ୍ୟନ୍ତ ମୋଟ ୨୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଲୋକ ସଭା ନିର୍ବାଚନ ପାଇଁ ମାର୍ଚ୍ଚ ୮ରେ କଂଗ୍ରେସ ପ୍ରଥମ ତାଲିକା ପ୍ରକାଶ କରିଥିଲା ଯେଉଁଥିରେ ୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ଏଥିରେ କୌଣସି ମନ୍ତ୍ରୀ କିମ୍ବା ବିଧାୟକଙ୍କ ନାମ ନ ଥିଲା। ତେବେ କର୍ନାଟକ ପାଇଁ ଦଳର ଦ୍ୱିତୀୟ ତାଲିକା ମଧ୍ୟ ଆସି ସାରିଛି। ତଥାପି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ଏକ କମିଟି ଏପର୍ଯ୍ୟନ୍ତ କୋଲାର, ଚିତ୍ରଦୁର୍ଗ, ଚିକବଲ୍ଲାପୁର, ଚାମରାଜନଗର ଏବଂ ବେଲାରୀ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିନାହିଁ।
ଦଳ ଦ୍ୱାରା ପ୍ରକାଶିତ ୧୭ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାରେ ରାଜ୍ୟର ୫ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ପିଲାମାନଙ୍କର ନାମ ଅନ୍ତର୍ଭୁକ୍ତ। ଟିକେଟ ବଣ୍ଟନ ଦେଖି ଦଳର ସଦସ୍ୟଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଛି। କର୍ନା












Click it and Unblock the Notifications