ଭାରତ @76: ପାଞ୍ଚଟି ସଙ୍କଳ୍ପ ନେଲେ ପ୍ରଧାନମନ୍ତ୍ରୀ ମୋଦି
ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉତ୍ସବ। ଐତିହାସିକ ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହିତ ଦେଶବାସୀଙ୍କୁ ଦେଇଛନ୍ତି ଉଦବୋଧନ। ତାଙ୍କ ଉଦବୋଧନରେ ଦେଶବାସୀଙ୍କ ସାମ୍ନାରେ ନେଇଛନ୍ତି ପାଞ୍ଚଟି ସଙ୍କଳ୍ପ।
ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉତ୍ସବ। ଐତିହାସିକ ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହିତ ଦେଶବାସୀଙ୍କୁ ଦେଇଛନ୍ତି ଉଦବୋଧନ। ତାଙ୍କ ଉଦବୋଧନରେ ଦେଶବାସୀଙ୍କ ସାମ୍ନାରେ ନେଇଛନ୍ତି ପାଞ୍ଚଟି ସଙ୍କଳ୍ପ। ଆଗାମୀ 25 ବର୍ଷ ପାଇଁ ଦେଶକୁ ଦେଇଛନ୍ତି ବ୍ଲୁପ୍ରିଣ୍ଟ।

ପ୍ରଥମେ ବିକଶିତ ଭାରତ, ଦ୍ୱିତୀୟରେ କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ। ତୃତୀୟ ସଙ୍କଳ୍ପ, ଆମର ଐତିହ୍ୟ ପାଇଁ ଆମେ ଗର୍ବିତ ହେବା ଉଚିତ୍। ଏହା ହେଉଛି ସେହି ଉତ୍ତରାଧିକାରୀ, ଯିଏ ଏକଦା ଭାରତକୁ ସ୍ୱର୍ଣ୍ଣିମ ଯୁଗ ଦେଇଥିଲା। ଚତୁର୍ଥରେ ଦେଶରେ ଏକତା ଓ ଏକଜୁଟ ବଜାୟ ରଖିବା। ଦେଶର 130 କୋଟି ଦେଶବାସୀଙ୍କ ମଧ୍ୟରେ ଏକତା ରହୁ। ପଞ୍ଚମ ସଙ୍କଳ୍ପ ହେଉଛି ନାଗରିକମାନଙ୍କର କର୍ତ୍ତବ୍ୟ। ଏଥିରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦ୍ ପଡିବେ ନାହିଁ।
ଆସନ୍ତା 25 ବର୍ଷ ଆମ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଆଜିର ଯୁବପିଢ଼ିଙ୍କ ସମେତ ସଂକଳ୍ପ ନେଇ କାମ କରିବା ଉଚିତ। ପଞ୍ଚ ସଙ୍କଳ୍ପକୁ ନେଇ ଆମେ ସ୍ୱାଧୀନତାର ଶହେ ବର୍ଷ ପାଳିବୁ ବୋଲି ମୋଦି ଲାଲକିଲ୍ଲାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ଜନତାଙ୍କ ମନରେ ପ୍ରତିଯୋଗିତାମୂଳନ ମନୋଭାବର ଆବଶ୍ୟକତା ରହିଛି । କାରଣ ସମସ୍ତ ବିଭାଗରେ ବିକାଶ ପାଇଁ ପ୍ରତିଯୋଗିତାମୂଳନ ମନୋଭାବର ଆବଶ୍ୟତକା ରହିଛି । ଏଥିସହ ସ୍ୱଚ୍ଛତା, ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ କଥା ମଧ୍ୟ କହିଛନ୍ତି। ବର୍ତ୍ତମାନ ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟ ଆପ୍ର ସୁଫଳ ଦେଶବାସୀଙ୍କୁ ମିଳିଥିବା ନେଇ କହିଛନ୍ତି ପିଏମ ମୋଦି ।
ପ୍ରଧାନମନ୍ତ୍ରୀ ମୋଦି ଦୁର୍ନୀତି ଏବଂ ପରିବାରବାଦକୁ ମଧ୍ୟ ଭାରତ ସମ୍ମୁଖୀନ ହେଉଥିବା ଦୁଇଟି ବଡ ଆହ୍ୱାନ ଭାବରେ ତାଲିକାଭୁକ୍ତ କରିଥିଲେ। ସେ କହିଥିଲେ ଯେ କେବଳ ରାଜନୀତିରେ ନୁହେଁ, ଦେଶର ପ୍ରତ୍ୟେକ ଅନୁଷ୍ଠାନରେ ପରିବାରବାଦ ପ୍ରଚଳିତ ।












Click it and Unblock the Notifications