କଂଗ୍ରେସ ଛାଡି ବିଜେପିରେ ମିଶିଲେ ତାଜିନ୍ଦର ସିଂ ବିଟ୍ଟୁ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି ଶେଷ । ଆଉ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଛି ବଡ ଝଟକା । ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ । କଂଗ୍ରେସରୁ ଇସ୍ଥଫା ଦେଇଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ତାଜିନ୍ଦର ସିଂହ ବିଟ୍ଟୁ । ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

ତେବେ ଇସ୍ତଫା ଦେବାର କିଛି ଘଣ୍ଟା ପରେ ହିଁ ସେ ଭାଜପାରେ ସାମିଲ ହୋଇଛନ୍ତି । ସେ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଭାଜପା ମହାସଚିବ ବିନୋଦ ତାୱଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଙ୍କୁ ପଠାଇଦେଇଛନ୍ତି ।

Tajinder Bittu

ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, 'ମୁଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବଂ ହିମାଚଳ ପ୍ରଦେଶର ଏଆଇସିସିର ସହ-ପ୍ରଭାରୀ ପଦରୁ ତତ୍କାଳ ପ୍ରଭାବ ସହ ଇସ୍ତଫା ଦେଉଛି ।' ତେବେ ତାଜିନ୍ଦର ସିଂହ ପ୍ରିୟଙ୍କା ଗାନ୍ଧୀଙ୍କ ଅତି ଘନିଷ୍ଠ ହୋଇଥିବାବେଳେ ସେ ଦୀର୍ଘ ୩୫ ବର୍ଷ ଧରି ଦଳରେ ରହିଥିଲେ । ତେବେ ସେ କେଉଁ କାରଣରୁ କଂଗ୍ରେସ ଛାଡିଛନ୍ତି ସେନେଇ କିଛି ଦର୍ଶାଇ ନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+