For Quick Alerts
Turn On Notification  
For Daily Alerts
Oneindia App Download

ତାଜମହଲରେ ବୋମା ସୂଚନା ମିଥ୍ୟା, ଫିରୋଜାବାଦରୁ ଗିରଫ ହେଲା କଲ୍ କରିଥିବା ବ୍ୟକ୍ତି

ସୂଚନାନୁସାରେ, ପଚରାଉଚରା ବେଳେ ଯୁବକ ଜଣକ କହିଛନ୍ତି ଯେ ଚାକିରୀ ନ ପାଇବାରୁ ଅସନ୍ତୋଷ ଥିଲା । ଆଗ୍ରା ଆଇଜି କହିଛନ୍ତି ଯେ ବୋମା ଖବରର ଖବର ମିଥ୍ୟା ଥିଲା, ଲୋକମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

|

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଜମହଲରେ ଏକ ବୋମା ରଖାଯାଇଥିବା ଖବର ମିଥ୍ୟା ବୋଲି ଜଣାପଡ଼ିଛି । ଖୋଜାଖୋଜି ପରେ ତାଜମହଲକୁ ପୁଣି ଖୋଲାଯାଇଛି। ଫିରୋଜାବାଦରୁ ଜଣେ ବ୍ୟକ୍ତି କଲ୍ କରି ବୋମା ଥିବା ନେଇ ମିଥ୍ୟା ସୂଚନା ଦେଇଥିଲା । ତାକୁ ଗିରଫ କରାଯିବା ସହ ପଚରାଉଚରା କରାଯାଉଛି ।

ସୂଚନାନୁସାରେ, ପଚରାଉଚରା ବେଳେ ଯୁବକ ଜଣକ କହିଛନ୍ତି ଯେ ଚାକିରୀ ନ ପାଇବାରୁ ଅସନ୍ତୋଷ ଥିଲା । ଆଗ୍ରା ଆଇଜି କହିଛନ୍ତି ଯେ ବୋମା ଖବରର ଖବର ମିଥ୍ୟା ଥିଲା, ଲୋକମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

Taj-Mahal

ଯୁବକ ଜଣକ ଫୋନ୍ କରି ତାଜମହଲରେ ବୋମା ସମ୍ପର୍କରେ ସୂଚନା ଦେଇଥିଲେ

ଆଗ୍ରା ପୋଲିସର ସୂଚନାନୁସାରେ ଗୁରୁବାର ସକାଳେ ଏକ ମୋବାଇଲ୍ ନମ୍ବରୁ ତାଜମହଲ ନିକଟରେ ଏକ ବୋମା ରଖାଯାଇଥିବା ସୂଚନା ମିଳିଥିଲା । ଏହା କିଛି ସମୟ ପରେ ବିସ୍ଫୋରଣ ହେବ ବୋଲି ବ୍ୟକ୍ତି ଜଣକ କହିଥିଲେ । ଆଗ୍ରା ପୋଲିସ ତାଜମହଲ ପରିସର ଯାଞ୍ଚ କରିଥିଲା । ଆଗ୍ରା ରେଞ୍ଜର ଆଇଜିଏ ସତୀଶ ଗଣେଶ କହିଛନ୍ତି, 'କେହି ଅଜଣା ବ୍ୟକ୍ତି କଲ୍ କରି ତାଜମହଲରେ ବୋମା ବିସ୍ଫୋରଣ ହେବ ବୋଲି ସୂଚନା ଦେଇଥିଲା । ସୂଚନା ପାଇବା ପରେ ବମ୍ ସ୍କ୍ୱାର୍ଡ ପରିସରର ତୀବ୍ର ଅନୁସନ୍ଧାନ କରିଥିଲେ ଏବଂ ଏପର୍ଯ୍ୟନ୍ତ କୌଣସି ବମ୍ ଥିବା ନେଇ ସୂଚନା ମିଳିନାହିଁ ।

ଫିରୋଜାବାଦରୁ ଗିରଫ ହେଲା କଲ୍ କରିଥିବା ବ୍ୟକ୍ତି

ଆଗ୍ରାରେ ପ୍ରୋଟୋକଲ୍ ଏସପି ଶିବରାମ ଯାଦବ କହିଛନ୍ତି, ଫୋନ ଯୋଗେ ବୋମା ବିଷୟରେ ସୂଚନା ଦେଇଥିବା ଯୁବକ ଫିରୋଜାବାଦର ବାସିନ୍ଦା । ସାମରିକ ନିଯୁକ୍ତିରେ ବାତିଲ ହେବା ପରେ ସେ ରାଗିଯାଇଥିଲା । ଫୋନ୍ କଲ ପରେ ପୋଲିସ ନମ୍ବରର ଯାଞ୍ଚ କରିବା ସହ ଯୁବକଙ୍କୁ ଗିରଫ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Taj Mahal Bomb Plant Call Was False, Caller Arrested From Firozabad said, Police.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X