ତାଇୱାନରେ ଭୟଙ୍କର ଭୂମିକମ୍ପ, ସୁନାମି ପାଇଁ ସତର୍କ ସୂଚନା ଜାରି
ତାଇୱାନରେ ବୁଧବାର ସକାଳେ ବଡ଼ ଧରଣର ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। କୁହାଯାଉଛି ଯେ, ୨୫ ବର୍ଷ ପରେ ଏଠାରେ ଏପରି ଶକ୍ତିଶାଳୀ ଭୂକମ୍ପ ଘଟିଛି। ଭୂକମ୍ପ ଯୋଗୁ ସହରର ଅନେକ ସ୍ଥାନରେ ବିଦ୍ୟୁତ ଠପ୍ ହୋଇଯାଇଛି। ଦକ୍ଷିଣ ଜାପାନ ଏବଂ ଫିଲିପାଇନ୍ସ ପାଇଁ ସୁନାମି ଚେତାବନୀ ଦିଆଯାଇଛି। ପୂର୍ବ ତାଇୱାନରେ ଅନେକ କୋଠା ଭୁଶୁଡି ପଡିଛି, ବୁଧବାର ଦିନ ଭୂକମ୍ପ ପରେ ତାଇୱାନର ଅଗ୍ନିଶମ ବିଭାଗ କହିଛି ଯେ ଦ୍ୱୀପର ପୂର୍ବ ଉପକୂଳରେ ଘଟିଥିବା ୭.୨ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ ଏପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରଶାନ୍ତ ମହାସାଗରରେ ଥିବା ହୁଆଲିଏନ କାଉଣ୍ଟି ହଲଠାରୁ ୨୫.୦ କିଲୋମିଟର ଦକ୍ଷିଣ-ଦକ୍ଷିଣରେ ୧୫.୫ କିଲୋମିଟର ଗଭୀରରେ ଥିଲା। ଉତ୍ତର ପୂର୍ବର ୟିଲାନ କାଉଣ୍ଟିରେ ଏବଂ ଉତ୍ତରରେ ମିଆଓଲି କାଉଣ୍ଟିରେ ୫ରୁ ଅଧିକ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା।
କେନ୍ଦ୍ରୀୟ ପାଣିପାଗ ଏଜେନ୍ସି କହିଛି, ତାଇପେଇ ସିଟି, ନ୍ୟୁ ତାଇପେଇ ସିଟି, ଟାୟୁଆନ ସିଟି ଏବଂ ହିସିଞ୍ଚୁ କାଉଣ୍ଟି, ତାଇଚୁଙ୍ଗ ସିଟି, ଉତ୍ତର ସହରର ଚାଙ୍ଗୁଆ କାଉଣ୍ଟିରେ ମଧ୍ୟ ଭୂକମ୍ପ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ତାଇପେଇ, ତାଇଚୁଙ୍ଗ ଏବଂ କାଓହସିଙ୍ଗରେ ମେଟ୍ରୋ ସିଷ୍ଟମ ୪୦ ରୁ ୬୦ ମିନିଟ ପାଇଁ ସ୍ଥଗିତ ରହିଥିଲା












Click it and Unblock the Notifications