ଭାରତ ଫେରିବ ୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ରାଣା
Tahawwur Rana News: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାଙ୍କୁ ଭାରତ ଅଣାଯିବ । ମାର୍ଚ୍ଚ ୬ ତାରିଖରେ, ଆମେରିକାର ସୁପ୍ରିମକୋର୍ଟ ତହବୁର ରାଣାଙ୍କ 'ଜରୁରୀକାଳୀନ ଆବେଦନ'କୁ ଖାରଜ କରିଦେଇଥିଲେ । ଏହି ଆବେଦନରେ ତହବୁର ଦାବି କରିଥିଲେ ଯେ, ତାଙ୍କ ପ୍ରତ୍ୟାର୍ପଣ ଉପରେ ତୁରନ୍ତ ରହିତାଦେଶ ଲଗାଯାଉ ।

ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ ତହବୁର ରାଣା କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ଯଦି ତାଙ୍କୁ ଭାରତ ପଠାଯାଏ, ତେବେ ତାଙ୍କୁ ନିର୍ଯାତନା ଦିଆଯାଇପାରେ। ତଥାପି, ଆମେରିକାର ବିଚାରପତି ଏଲେନା କାଗାନ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।












Click it and Unblock the Notifications