ଭାରତୀୟ କମ୍ପାନୀକୁ ବଡ଼ ଝଟକା ଦେଲା ସୁଇଜରଲ୍ୟାଣ୍ଡ, MFN ମାନ୍ୟତା କଲା ପ୍ରତ୍ୟାହାର

ସୁଇଜରଲାଣ୍ଡ ସରକାର ଭାରତୀୟ କମ୍ପାନୀଗୁଡ଼ିକୁ ବଡ଼ ଝଟ୍‌କା ଦେଇଛନ୍ତି । ଭାରତକୁ ଦିଆଯାଇଥିବା ମୋଷ୍ଟ ଫେଭର୍ଡ ନେସନ (MFN) ମାନ୍ୟତା ପ୍ରତ୍ୟାହାର କରିଛନ୍ତି । ସୁଇସ୍‌ ସରକାରଙ୍କ ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଜାନୁଆରୀ ୨ ତାରିଖରୁ କାର୍ଯ୍ୟକାରୀ ହେବ ।

ଏହି ନିଷ୍ପତି ଅନୁସାରେ, ସୁଇଜରଲାଣ୍ଡ ଏବଂ ୟୁରୋପୀୟ ୟୁନିଅନରେ କାର୍ଯ୍ୟ କରୁଥିବା ସମସ୍ତ ଭାରତୀୟ କମ୍ପାନୀଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ଟିକସ ଦେବାକୁ ପଡ଼ିବ । ସୁଇଜରଲାଣ୍ଡ ଜାନୁୟାରୀ ୧ ରୁ ଭାରତୀୟ କମ୍ପାନୀଗୁଡ଼ିକର ଆୟ ଉପରେ ୧୦ ପ୍ରତିଶତ ଟିକସ ଲାଗୁ କରିବ ।

INDIA amp amp Switzerland

ଡବଲ ଟ୍ୟାକ୍ସ ଆଭଏଡାନ୍ସ ଏଗ୍ରିମେଣ୍ଟ (DTAA) ଅଧୀନରେ ସୁଇଜରଲାଣ୍ଡ ଭାରତକୁ ଏମ୍‌ଏଫ୍‌ଏନ୍‌ ରାଷ୍ଟ୍ର ମାନ୍ୟତା ଦେଇଥିଲା । ହେଲେ, ଡିସେମ୍ବର ୧୧ ରେ ସୁଇଜରଲାଣ୍ଡର ଅର୍ଥ ବିଭାଗ ଏକ ବିବୃତ୍ତି ଜାରି କରି ଭାରତ ସହିତ ଡିଟିଏଏ ମାମଲାରେ MFN ସ୍ଥିତିକୁ ସ୍ଥଗିତ ରଖାଯାଇଥିବା ଘୋଷଣା କରିଛି ।

ଭାରତୀୟ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ପରେ ଏହି ପଦକ୍ଷେପ ନିଆଯାଇଥିବା ଘୋଷଣାରେ କୁହାଯାଇଛି । ସୁପ୍ରିମକୋର୍ଟ କହିଥିଲେ ଯେ, ଡିଟିଏଏ ଲାଗୁ କରିବାକୁ ହେଲେ ଭାରତୀୟ ଆୟକାର ଆଇନ୍‌ ଅଧୀନରେ ସ୍ପଷ୍ଟ ସୂଚନା ଦିଆଯିବା ଜରୁରୀ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଧ୍ୟାନରେ ରଖି ସୁଇଜରଲାଣ୍ଡ ସରକାର ଏହି ପଦକ୍ଷେପ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+