ଆସାମରେ ବ୍ୟାପୁଛି ସ୍ୱାଇନ୍‌ ଫ୍ଲୁ ଫିବର: ୧ ହଜାରରୁ ଅଧିକ ଘୁଷୁରିଙ୍କୁ ହତ୍ୟା

ଗୌହାଟୀ: ଆସାମରେ ବ୍ୟାପୁଛି ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲୁ ଜ୍ୱର । ସଜାଗ ରାଜ୍ୟ ସରକାର । ୧ ହଜାରରୁ ଅଧିକ ଘୁଷୁରିଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା । ପଶୁପାଳନ ଏବଂ ସ୍ୱାସ୍ଥ୍ୟ ଅଧିକାରୀ କୁଲଘର ସୈକିୟା ଏନେଇ ସୂଚନା ଦେଇଛନ୍ତି ।

ସୂଚନାଥାଉ ଯେ, ଆସାମରେ ଦୃତ ଗତିରେ ବ୍ୟାପୁଛି ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ଜ୍ୱର । ଯାହାକୁ ରୋକିବା ପାଇଁ ଆସାମ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାଜ୍ୟରେ ଏହି ଜ୍ୱରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ୧ ହଜାରରୁ ଅଧିକ ଘୁଷୁରିଙ୍କୁ ବିଦ୍ୟୁତ୍ ସଂଯୋଗ କରି ହତ୍ୟା କରାଯାଇଥିବା ନେଇ ସୂଚନା ପ୍ରକାଶ ପାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ,ଏହି ଜ୍ୱର ଦ୍ରୁତ ଗତିରେ ପ୍ରତ୍ୟେକ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ।

Swine flu virus

ଉତ୍ତର-ପୂର୍ବ ରାଜ୍ୟରେ ଏହି ଜ୍ୱରକୁ ରୋକିବା ପାଇଁ ସରକାର ୨୭ଟି ଉପ-କେନ୍ଦ୍ରରୁ ପ୍ରାୟ ୧୩୭୮ଟି ଘୁଷୁରିଙ୍କୁ ହତ୍ୟା କରାଯାଇ ସରିଲାଣି । ସୂଚନାଥାଉ ଯେ, ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଏବଂ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ରୋକିବା ପାଇଁ ରାଜ୍ୟରେ କୁକୁଡ଼ା ଏହଂ ଘୁଷୁରୀ ପ୍ରବେଶ ଉପରେ ରୋକ୍ ଲଗାଇଥିଲେ । ଏହି ପ୍ରସଙ୍ଗକୁ ନେଇ ଆସାମ ପ୍ରାଣୀ ଚିକିତ୍ସା ଏବଂ ପଶୁପାଳନ ମନ୍ତ୍ରୀ ଅତୁଲ ବୋରା ସୂଚନା ଦେଇଛନ୍ତି ଯେ, ଉତ୍ତର ପୂର୍ବ ରାଜ୍ୟରେ ବାର୍ଡ ସ୍ୱାଇନ୍ ଫ୍ଲୁ ଏବଂ ଆଫ୍ରିକୀୟ ଘୁଷୁରି ଜ୍ୱର ବିସ୍ତାରକୁ ରୋକିବ ପାଇଁ ଏପରି ପଦକ୍ଷେପ ନିଆଯାଉଛି ।

ସୂଚନାଥାଉ ଯେ, ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଜାନୁଆରୀ ମାସରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ନବ୍ୟାପିବା ପାଇଁ ପ୍ରଶାସନ ପକ୍ଷରୁ ୭୦୦ ଘୁଷୁରିଙ୍କୁ ହତ୍ୟା କରାଯାଇଥିଲା । ଅଫ୍ରିକୀୟ ସ୍ୱାଇନ ଫିବର ହେଉଛି ଆସଫରଭିରିଡେ ପରିବାରର ଏକ ଦ୍ୱିଗୁଣ ମାନକ ଡିଏନଏ ଜୀବାଣୁ । ଏହା ଉଭୟ ଘରୋଇ ଏବଂ ଜଙ୍ଗଲୀ ଘୁଷୁରୀକୁ ପ୍ରଭାବିତ କରିବା ସହ ପଶୁମାନଙ୍କଠୁ ମଣିଷକୁ ବ୍ୟାପିଥାଏ ଏବଂ ପଶୁଙ୍କଠାରୁ ପଶୁକୁ ମଧ୍ୟ ବ୍ୟାପିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+