ସ୍ୱିଗି ଦେଲା ବଡ଼ ଝଟକା, ଫୁଡ୍ ଡେଲିଭରୀ ପ୍ଲାଟଫର୍ମ ଫି ୧୪ ଟଙ୍କାକୁ ବୃଦ୍ଧି
ସ୍ୱିଗି ଆଜି ତା'ର ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ଫୁଡ୍ ଡେଲିଭରୀ ପ୍ଲାଟଫର୍ମ ସ୍ୱିଗି(Swiggy) ନିଜର ପ୍ଲାଟଫର୍ମ ଫି ୧୪ ଟଙ୍କାକୁ ବୃଦ୍ଧି କରିଛି। କମ୍ପାନୀ ପ୍ରତ୍ୟେକ ଅର୍ଡରରୁ ଅଧିକ ଟଙ୍କା ରୋଜଗାର କରିବା ଏବଂ ନିଜର ଲାଭ ବୃଦ୍ଧି କରିବା ଲକ୍ଷ୍ୟରେ ଫିସ୍ ୧୨ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରିଛି। ଏହି ନୂତନ ଫି ୧୫ ଅଗଷ୍ଟ ୨୦୨୫ ଠାରୁ କାର୍ଯ୍ୟକାରୀ ହୋଇଛି।

ସ୍ୱିଗି ଏପ୍ରିଲ ୨୦୨୩ରେ ପ୍ଲାଟଫର୍ମ ଫି ଆଦାୟ କରିବା ଆରମ୍ଭ କରିଥିଲା। ନିଜର ୟୁନିଟ୍ ଅର୍ଥନୀତିକୁ ଉନ୍ନତ କରିବା ଲକ୍ଷ୍ୟରେ ଏପରି ଶୁଳ୍କ ଆଦାୟ କରିବାରେ ପ୍ରଥମ ଖାଦ୍ୟ ବିତରଣ କମ୍ପାନୀ ହୋଇଥିଲା। ସେବେଠାରୁ, କମ୍ପାନୀ ଧୀରେ ଧୀରେ ପ୍ଲାଟଫର୍ମ ଫି ବୃଦ୍ଧି କରିଛି। ରିପୋର୍ଟ ଅନୁସାରେ, ଏହି ଖର୍ଚ୍ଚଗୁଡ଼ିକୁ ଯୋଡ଼ିବା ସତ୍ତ୍ୱେ, ସ୍ୱିଗିର ଅର୍ଡର ପରିମାଣ ଉପରେ କୌଣସି ପ୍ରଭାବ ପଡ଼ିନାହିଁ।
ଏହି ନୂତନ ଶୁଳ୍କ ସହିତ କମ୍ପାନୀ ପ୍ରତିଦିନ ୨.୮ କୋଟି ଟଙ୍କା, ପ୍ରତି ତ୍ରୈମାସିକରେ ୮.୪ କୋଟି ଟଙ୍କା ଏବଂ ବର୍ଷକରେ ୩୩.୬ କୋଟି ଟଙ୍କା ଅତିରିକ୍ତ ଆୟ ପାଇବ। ଏହି ଶୁଳ୍କ ବୃଦ୍ଧି ଯୋଗୁଁ ଗ୍ରାହକମାନଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡିବ, କିନ୍ତୁ ସ୍ୱିଗି ବିଶ୍ୱାସ କରେ ଯେ ଏହା ସେମାନଙ୍କ ସେବାକୁ ଉନ୍ନତ କରିବ।
ରିପୋର୍ଟ ଅନୁସାରେ ପାର୍ବଣ ଋତୁ ଯୋଗୁଁ ପ୍ଲାଟଫର୍ମ ଫି ବୃଦ୍ଧି କରାଯାଇଛି, କାରଣ ଲୋକମାନେ ଏହି ସମୟରେ ଅଧିକ ଖାଦ୍ୟ ଅର୍ଡର କରନ୍ତି।












Click it and Unblock the Notifications