ଭାରତ-ପାକ ଟେନସନ ମଧ୍ୟରେ ବଦଳିଗଲା ମିଠାର ନାମ
ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ପରେ ମହୀଶୂର ପାକ୍ ଏବେ ମହୀଶୂର ଶ୍ରୀ ନାମରେ ପରିଣତ । ସେହିପରି ମୋତି ପାକ୍ ଏବେ ମୋତି ଶ୍ରୀ । ଭାରତ-ପାକ ଟେନସନ ମଧ୍ୟରେ ବଦଳିଗଲା ମିଠାର ନାମ । ରାଜସ୍ଥାନ ଜୟପୁରର ଦୋକାନଗୁଡ଼ିକ ପ୍ରସିଦ୍ଧ ମହୀଶୂର ପାକ୍ ସମେତ ବିଭିନ୍ନ ମିଠାର ନାମ ବଦଳାଇ ଦେଇଛନ୍ତି ।

ସମସ୍ତ ମିଠାର ନାମରୁ 'ପାକ୍' ଶବ୍ଦକୁ ହଟାଇ 'ଶ୍ରୀ' ବଦଳାଇ ଛନ୍ତି । 'ମୋତି ପାକ୍'କୁ 'ମୋତି ଶ୍ରୀ', 'ଗୋଣ୍ଡ ପାକ୍'କୁ 'ଗୋଣ୍ଡ ଶ୍ରୀ', 'ମହୀଶୂର ପାକ୍'କୁ 'ମହୀଶୂର ଶ୍ରୀ' ଭାବେ ନୂଆ ନାମ ରଖାଯାଇଛି ।
ବିକାନେର ମୋତି ପାକ୍ ଏବେ ବିକାନେରୀ ମୋତି ଶ୍ରୀ, ଚଣ୍ଡୀ ଭସ୍ମ ପାକ୍ ଏବେ ଚଣ୍ଡୀ ଭସ୍ମ ଶ୍ରୀ, ସ୍ବର୍ଣ୍ଣ ଭସ୍ମ ପାକ୍ ଏବେ ସ୍ବର୍ଣ୍ଣ ଭସ୍ମ ଶ୍ରୀ ଭାବେ ପ୍ରସ୍ତୁତ କରାଯିବ ।
ମିଠାର ନାମ ପରିବର୍ତ୍ତନ ପାଇଁ ଗ୍ରାହକଙ୍କୁ ଲଗାତାର ଅନୁରୋଧ କରିବା ପରେ ପରିବର୍ତ୍ତନ ହୋଇଛି । ପାକ୍ ଶବ୍ଦ ପାକିସ୍ତାନର ମନେ ପକାଇଦେଉଛି ବୋଲି ବର୍ତ୍ତମାନ ସ୍ଥିତିରେ ଭାବନାକୁ ଆଘାତ ଦେଉଛି ବୋଲି ଲୋକେ କହିଥିଲେ ।
ତେବେ ମିଠାରେ 'ପାକ୍' ଶବ୍ଦଟି ପାକିସ୍ତାନକୁ ବୁଝାଏ ନାହିଁ, କିନ୍ତୁ କନ୍ନଡରେ ପାକ୍ ଅର୍ଥ ମିଠା । ଗତ ମାସରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି ।












Click it and Unblock the Notifications