Get Updates
Get notified of breaking news, exclusive insights, and must-see stories!

ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ; ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ, ରିବାବା ଜାଡ଼େଜାଙ୍କ ସମେତ ୧୯ ନୂଆ ମନ୍ତ୍ରୀ

ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ । ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କଲେ ରାଜ୍ୟପାଳ । ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପ୍ରଥମେ ଗୃହମନ୍ତ୍ରୀ ଥିବା ହର୍ଷ ସାଂଘଭି ହେଲେ ଉପମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ପୁରୁଣା। ଟିମ୍ ନୂଆ। ହର୍ଷ ସାଂଘବୀ ହେଲେ ଉପମୁଖ୍ୟମନ୍ତ୍ରୀ । ରିବାବା ଜାଦେଜାଙ୍କ ସମେତ ୧୯ଜଣ ନୂଆ ମନ୍ତ୍ରୀ ନେଲେ ଶପଥ। ଗୁଜରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହୋଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ବାଦ୍‌ ଦେଇ ରାଜ୍ୟର ସମସ୍ତ ୧୬ଜଣ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଜି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ପୁନର୍ଗଠନ ହୋଇଛି। । ଗୁଜରାଟରେ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ।

Swearing-in ceremony of new cabinet in Gujarat

ଏହା ନୂତନ କ୍ୟାବିନେଟରେ ହର୍ଷ ସାଂଘଭି ଗୁଜରାଟର ନୂତନ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଜିତେନ୍ଦ୍ର ବାଘାନି ଏବଂ ଅର୍ଜୁନ ମୋଢ଼ୱାଡିଆ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ନୂତନ ଗୁଜରାଟ କ୍ୟାବିନେଟରେ ମୋଟ ୨୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ୬ଜଣ ପୁରୁଣା ଚେହେରାଙ୍କୁ ନୂତନ କ୍ୟାବିନେଟରେ ସାମିଲ କରାଯାଇଛି ।

ଗୁଜରାଟ ସରକାରଙ୍କ ନୂତନ କ୍ୟାବିନେଟରେ ଏମାନଙ୍କୁ ମିଳିଲା ସ୍ଥାନ
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ତ୍ରିକମ ବିଜଲ ଛଙ୍ଗା, ସ୍ବରୂପଜୀ ସର୍ଦ୍ଦାରଜୀ ଠାକୁର, ପ୍ରବୀଣ ମାଲି, ଋଷିକେଶ ପଟେଲ, ପିସି ବରଣ୍ଡା, ଦର୍ଶନା ବାଘେଲା, କାନ୍ତିଲାଲ ଅମୃତିଆ, କୁୱଁରଜୀଭାଇ ବାବଲିଆ, ରିବାବା ଜାଦେଜା, ଅର୍ଜୁନ ମୋଢ଼ୱାଡିୟା, ଡ. ପ୍ରଦ୍ୟୁମ୍ନ ୱାଜା, କୌଶିକ୍ ବେକରିୟା, ପରଷୋତ୍ତମ ସୋଲଙ୍କି, ଜିତେନ୍ଦ୍ର ବାଘାନି, ରମଣ ସୋଲଙ୍କି, କମଲେଶ ପଟେଲ, ସଞ୍ଜୟ ସିଂ ମହିଡା, ରମେଶ କଟାରା, ପ୍ରଫୁଲ୍ଲ ପାନସେରିଆ, ହର୍ଷ ସାଙ୍ଗବୀ, ମନୀଷା ବକିଲ ଏବଂ ଈଶ୍ୱର ସିଂ ପଟେଲ ଅନ୍ତର୍ଭୁକ୍ତ। ବର୍ତ୍ତମାନ ଗୁଜୁରାଟର ୯ଜଣ ପୂର୍ବତନ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଥିବାବେଳେ ୬ଜଣ ପୁରୁଣା ଚେହେରାକୁ ନୂତନ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି।

ନୂତନ କ୍ୟାବିନେଟରୁ ଏମାନଙ୍କୁ ବାଦ ଦିଆଯାଇଛି
ନୂତନ ଗୁଜୁରାଟ ମନ୍ତ୍ରିମଣ୍ଡଳରୁ ରାଘବଜୀ ପଟେଲ, ବଲବନ୍ତସିଂ ରାଜପୁତ, କୁବେରଭାଇ ଡିଣ୍ଡୋର, ମୁଲୁଭାଇ ବେରା, ଭାନୁବେନ ବାବରିଆ, ଜଗଦୀଶ ବିଶ୍ୱକର୍ମା, ମୁକେଶ ପଟେଲ, ଭୀକୁସିଂ ପରମାର, କୁୱଁରଜୀଭାଇ ହଲପତି ଏବଂ ବଚ୍ଚୁ ଖାବରଙ୍କୁ ନୂତନ ଗୁଜୁରାଟ କ୍ୟାବିନେଟରୁ ହଟାଇ ଦିଆଯାଇଛି। ଗୁଜରାଟରେ ଏହି କ୍ୟାବିନେଟ୍ ସମ୍ପ୍ରସାରଣକୁ ୨୦୨୭ ବିଧାନସଭା ନିର୍ବାଚନର ପ୍ରସ୍ତୁତି ଭାବରେ ଦେଖାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+