ଆମ ଆଦମୀ ପାର୍ଟିକୁ କଟାକ୍ଷ କଲେ ସ୍ବାତୀ ମାଲିଓ୍ବାଲ, କହିଲେ ରାବଣର ବି ରହିନଥିଲା ଗର୍ବ .....
ଆମ ଆଦମୀ ପାର୍ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି। ଏନେଇ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ସ୍ବାତୀ ମାଲିୱାଲ ଟୁଇଟ କରିଛନ୍ତି। ସେ ତାଙ୍କ ଟୁଇଟ୍ରେ ଦ୍ରୌପଦୀଙ୍କ ବସ୍ତ୍ରହରଣର ଫଟୋ ପୋଷ୍ଟ କରି ପରୋକ୍ଷରେ କଟାକ୍ଷ କରିଛନ୍ତି। ଏହା ବେଶ ଭାଇରାଲ ହେଉଛି। ସ୍ବାତୀ ମାଲିୱାଲ ଅଭିଯୋଗ କରିଥିଲେ ଯେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କ ସହିତ ଦୁର୍ବବ୍ୟବହାର କରିଥିଲେ। ସେ ଏହି ମାମଲାରେ କେଜ୍ରିିୱାଲଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
ସ୍ୱାତୀ ମାଲିୱାଲ କହିଛନ୍ତି, ଗର୍ବ ଓ ଅହଂକାର କାହା ପାଇଁ ଅଧିକ ଦିନ ରହିନଥାଏ। ଏପରିକି ରାବଣର ଗୌରବ ଭାଙ୍ଗି ଯାଇଥିଲା, ୟେ ତ କେବଳ ଅରବିନ୍ଦ କେଜ୍ରିୱାଲ। ଯଦି ଆମେ ଇତିହାସକୁ ଦେଖୁ, ତେବେ ଏହା ସାକ୍ଷୀ ଯେ ଯେତେବେଳେ ବି କୌଣସି ମହିଳାଙ୍କ ବିରୋଧରେ କିଛି ଭୁଲ ଘଟିଛି, ଭଗବାନ ସେହି ସେମାନଙ୍କୁ ଦଣ୍ଡ ଦେଇଛନ୍ତି।

"ଏହି ଲୋକମାନେ ଭାବୁଥିଲେ ଯେ ସେମାନେ ଲୋକଙ୍କ ସହିତ କିଛି ବି କରିପାରିବେ । ସେମାନେ ମୋ ସହ ବହୁତ କିଛି କରିଛନ୍ତି। ଯିଏ ମୋତେ ମାଡ଼ ମାରିଲା ତାକୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା। ତାଙ୍କୁ ଲୁଟିୟନ୍ସ ଜୋନରେ ସାଂସଦ ବଙ୍ଗଳା ଦିଆଯାଇଥିଲା। ତାଙ୍କୁ ପଞ୍ଜାବର ସର୍ବୋଚ୍ଚ ନେତା କରାଯାଇଥିଲା। ଏହି ଲୋକମାନେ ଏତେ ମିଥ୍ୟା ଏବଂ ଦ୍ୱନ୍ଦ୍ୱ ବିସ୍ତାର କରିଛନ୍ତି ଯେ ମୁଁ ବିଶ୍ୱାସ କରେ ଯେ ଦିଲ୍ଲୀର ଲୋକମାନେ ବିଚାରବନ୍ତ ଓ ସେମାନେ ଏମାନଙ୍କ କର୍ମକୁ ଦେଖୁଥିଲେ । ଏବେ ଜନସାଧାରଣ ଭୋଟ୍ ଦେଇ ଏହାର ଜବାବ ଦେଇଛନ୍ତି।












Click it and Unblock the Notifications