କେଜ୍ରିୱାଲଙ୍କ ଘର ବାହାରେ ଅଳିଆ ଫିଙ୍ଗୁଥିଲେ ସ୍ବାତୀ ମାଲିୱାଲ, ଉଠାଇନେଲା ପୁଲିସ

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ବିଦ୍ରୋହୀ ସାଂସଦ ସ୍ୱାତି ମାଲିୱାଲଙ୍କୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଅଳିଆ ଫିଙ୍ଗିବା ପରେ, ଗୁରୁବାର ଦିନ ପୁଲିସ ହେପାଜତକୁ ନେଇଛି। ଘଟଣାକୁ ନଜରରେ ରଖି କେଜ୍ରିୱାଲଙ୍କ ନିବାସ ବାହାରେ ସୁରକ୍ଷା ବଢାଇ ଦିଆ ଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି କି, ଆଇନ୍‌-ବ୍ୟବସ୍ଥା ଜାରି ରଖିବା ପାଇଁ ବ୍ୟାରିକେଡ୍‌ ଲଗାଯାଇଛି ଏବଂ ଅତିରିକ୍ତ କର୍ମୀଙ୍କୁ ମୃତୟନ କରାଯାଇଛି। କାହାକୁ ବି ଆଇନର ଉଲ୍ଲଙ୍ଘନ କରିବାର ଅନୁମତି ଦିଆଯାଇ ନାହିଁ।

ମାଲିୱାଲ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଅଳିଆ ଫିଙ୍ଗି ବିରୋଧ ପ୍ରଦର୍ଶନ କରିବା ପାଇଁ ଆସିଥିଲେ । ଏହି ସମୟରେ ପୋଲିସ ପହଞ୍ଚି ତାଙ୍କୁ ଉଠାଇ ନେଇଥିଲା । ଗଣମାଧ୍ୟମକୁ ସେ କହିଛନ୍ତି ଯେ ଆଜି ସମଗ୍ର ଦିଲ୍ଲୀ ଏକ ଡଷ୍ଟବିନ୍ ପାଲଟିଯାଇଛି । ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପାଇଁ ଏଠାକୁ ଆସିଥିଲି ।

କେଜ୍ରିୱାଲଙ୍କୁ ନେଇ ସେ କହିଛନ୍ତି ଯେ ଜନସାଧାରଣ ତାଙ୍କୁ ସୁଧାରି ଦେବେ । ମୁଁ ତାଙ୍କ ପୋଲିସକୁ ଭୟ କରେ ନାହିଁ । ସ୍ଵାତୀ ମାଲିୱାଲ ବିକାଶପୁରୀରୁ ସଂଗୃହିତ ଅଳିଆକୁ କେଜ୍ରିୱାଲଙ୍କ ଘର ବାହାରେ ପକାଇବାକୁ ଯାଉଥିଲେ । ଏଥିରେ ଅନ୍ୟ ମହିଳାମାନେ ତାଙ୍କୁ ସମର୍ଥନ କରୁଥିଲେ । ଏ ବିଷୟରେ ଆଲୋଚନା କରି ମାଲିୱାଲ କହିଥିଲେ କି, କେଜ୍ରିୱାଲ ଦିଲ୍ଲୀକୁ ଅଳିଆ ରାଜଧାନୀ କରିଦେଇଛନ୍ତି । ବିକାଶପୁରୀର ରାସ୍ତା ସଫା କରାଯିବା ପରେ ସମସ୍ତ ଅଳିଆ କେଜ୍ରିୱାଲଙ୍କ ଘରେ ପକାଯିବ ।

Swati Maliwal

ଏହି ବିରୋଧ କୌଣସି ଦଳ ବିରୁଦ୍ଧରେ ନୁହେଁ । ଆଜି ଦିଲ୍ଲୀର ଅବସ୍ଥା ବେହାଲ୍ । ଦିଲ୍ଲୀର ପ୍ରତ୍ୟେକ କୋଣ ଅପରିଷ୍କାର । ରାସ୍ତା ଭାଙ୍ଗି ଯାଇଛି, ଡ୍ରେନଗୁଡ଼ିକ ଓଭରଫ୍ଲୋ ହେଉଛି । ବିକାଶପୁରୀର ମହିଳାମାନେ ଅଭିଯୋଗ କରିଛନ୍ତି ଯେ ରାସ୍ତାରେ ଅଳିଆ ଗଦା ସୃଷ୍ଟି କରାଯାଇଛି ଏବଂ ବିଧାୟକଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ ଏହାକୁ ସଫା କରିବା ଦିଗରେ କେହି ପଦକ୍ଷେପ ନେଉ ନାହାନ୍ତି । ମୁଁ ଏଠାରେ ମହିଳାମାନଙ୍କ ଦ୍ୱାରା ଚାଲିଥିବା ସ୍ୱଚ୍ଛତା ଅଭିଯାନରେ ଭାଗ ନେବାକୁ ଆସିଥିଲି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+