Swati Maliwal Case: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ପୋଲିସ ଏବଂ ଫରେନ୍ସିକ ଟିମ୍
Swati Maliwal Case: ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ମାମଲାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଛାନଭିନ ଆରମ୍ଭ କରିଛି ପୋଲିସ ଏବଂ ଫରେନ୍ସିକ ଟିମ । ଦିଲ୍ଲୀ ପୋଲିସ ଗୁରୁବାର ସ୍ୱାତୀ ମାଲିୱାଲଙ୍କ ବିବୃତ୍ତି ରେକର୍ଡ କରିବା ପରେ ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଦିଲ୍ଲୀ ପୋଲିସର ଫରେନ୍ସିକ୍ ଟିମ୍ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି । ଶୁକ୍ରବାର ଏହି ପ୍ରସଙ୍ଗରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହା ମେ 13 ହେବ ବୋଲି ଦାବି କରାଯାଉଛି ।

ଉତ୍ତର ଦିଲ୍ଲୀର ଅତିରିକ୍ତ ଡିସିପି, ଦୁଇ ଇନ୍ସପେକ୍ଟର ଏବଂ ଫରେନ୍ସିକ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଛନ୍ତି । କିଛି ସମୟ ରହିବା ପରେ FSL ଦଳ କେଜ୍ରିୱାଲଙ୍କ ଘରୁ ବାହାରି ଆସିଥିଲେ | ସୂଚନାନୁସାରେ, ମେ 13 ତାରିଖରେ ଘର ଭିତରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ଏଥିସହ ଉକ୍ତ ରୁମର ସିସିଟିଭ ଫୁଟେସ ମଧ୍ୟ ପୋଲିସ ଆଣିବ ।
ସୂଚନା ଅନୁସାରେ, ସ୍ୱାମୀ ମାଲିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦେଖା କରିବା ପାଇଁ ତାଙ୍କ ବାସଭବନକୁ ଆସିଥିଲେ । ସେ ବାହର ରୁମରେ ତାଙ୍କୁ ଅପେକ୍ଷା କରିବା ସମୟରେ ବୈଭବ କୁମାର ସେଠାରେ ପହଞ୍ଚି ଚାଙ୍କ ସହ ଦୁର୍ବ୍ୟବହାର କରିଥିଲେ ।
ଏପରିକି ତାଙ୍କୁ ବାରମ୍ବାର ଚାପୁଡ଼ା, ବିଧା, ଗୋଇଠା ମଧ୍ୟ ମାରିଥିବା ନେଇ ଅଭିଯୋଗ ଆଣିଥିଲେ ସ୍ୱାତୀ । ଯାହା ପରେ ବୈଭବଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା ଦିଲ୍ଲୀ ପୋଲିସ । ଏଥିସହ ସ୍ୱାତୀଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିଲା । ତାଙ୍କ ମୁହଁର ଆଭ୍ୟନ୍ତରୀଣ ଭାଗରେ ଆଘତ ଲାଗିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ୫୨ ସେକେଣ୍ତର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯାହା ଉକ୍ତ ଦିନର ବୋଲି ଦାବି କରାଯାଉଛି । ଉକ୍ତ ରୁମର ସିସିଟିଭ ଫୁଟେଜର ଯାଞ୍ଚ କରାଯାଉ ବୋଲି ସ୍ୱାତୀ ଦାବି ରଖିଛନ୍ତି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications