କେଜ୍ରିୱାଲଙ୍କ ଘରେ ସ୍ୱାତୀ ମାଲିୱାଳଙ୍କୁ ମାରପିଟ୍ ମାମଲା: ଯାଞ୍ଚ କରିବ SIT
Swati Maliwal Case Update: କେଜ୍ରିୱାଲଙ୍କ ଘରେ ସ୍ୱାତୀ ମାଲିୱାଳଙ୍କୁ ମାରପିଟ୍ ମାମଲାର ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । SIT' ବର୍ତ୍ତମାନ ଏହି ପୁରା ମାମଲାରେ ଯାଞ୍ଚ କରିବ । ଏହି ମାମଲାର ନେତୃତ୍ୱ ଦିଲ୍ଲୀ ଉତ୍ତର ଜିଲ୍ଲାର ଅତିରିକ୍ତ ଡିସିପି ଅଞ୍ଜିଥା ଚିପିୟାଲ ନେବେ, ଏହି ଟିମରେ ତିନଜଣ ଅନ୍ସପେକ୍ଟର ରାଙ୍କର ଅଧିକାରୀ ମଧ୍ୟ ଏହି ଟିମରେ ସାମିଲ ଅଛନ୍ତି ।
ଆଜି SIT ଗଠନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏସ୍ ବିଭବ କୁମାରଙ୍କୁ ପଚରା ଉଚରା କରିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବିଭବ କୁମାରଙ୍କ ଉପରେ ସ୍ୱାତୀଙ୍କ ସହ ପାରପିଟ୍ କରିଥିବାର ଅଭିଯୋଗ ଲଗାଯାଇଛି । ସେହିପରି ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଘର କାମ କରୁଥିବା ଅନ୍ୟ କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେହିପରି କେଜ୍ରିୱାଲଙ୍କ ସମସ୍ତ ସିକ୍ୟୁରିଟି ଗାର୍ଡଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେହିପରି ପୋଲିସର ଟିମ୍ ବିଭବ କୁମାରଙ୍କ ଘରେ ଯାଞ୍ଚ କରି ଇଲୋକ୍ଟ୍ରୋନିକ ଗ୍ୟାଜେଟ୍ ଜବତ କରିଛି ।

ସୂଚନାଥାଉ ଯେ, ଏକ ସପ୍ତାହ ପୂର୍ବରୁ ସ୍ୱାତୀ ମାଲିୱାଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ତାଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପିଏସ ବିଭଗ କୁମାର ତାଙ୍କ ସହ ଦୃବ୍ୟବହାର କରିବା ସହ ମାରପିଟ୍ କରିଥିବା ଅଭିଯୋଗ ଆଣିଥିଲେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଳ ।












Click it and Unblock the Notifications