ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ, କହିଲେ ଧ୍ରୁବ୍ ରାଠୀଙ୍କ ଭିଡିଓ ପରେ ମୋତେ ଦୁଷ୍କର୍ମ ଓ ହତ୍ୟା ଧମକ ବଢ଼ିଯାଇଛି
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଥିବା ଅଭିଯୋଗ କରିଛନ୍ତି । ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଭିଡ଼ିଓ ପରେ ତାଙ୍କୁ ଅନେକ ଆଡ଼ୁ ହତ୍ୟା ଓ ଦୁଷ୍କର୍ମ ଧମକ ମିଳିବା ଆରମ୍ଭ ହୋଇଛି ବୋଲି ରାଜ୍ୟସଭା ସାଂସଦ ସ୍ୱାତୀ ମଲିୱାଲ୍ ଅଭିଯୋଗ କରିଛନ୍ତି ।
ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଏହି ପ୍ରସଙ୍ଗ ଉତ୍ଥାପନ କରି ସ୍ୱାତୀ ମାଲିୱାଲ ଏକ ଏକ୍ସ ପୋଷ୍ଟରେ କହିଛନ୍ତି, ମୋ ଦଳ(ଆପ)ର ନେତା ଓ ସ୍ୱେଚ୍ଛାସେବୀମାନେ, ମୋ ଚରିତ୍ର ସଂହାର ଏବଂ ମୋ ବିରୋଧରେ ପ୍ରଚାର କରିବା ପରେ ମୁଁ ଦୁଷ୍କର୍ମ ଓ ହତ୍ୟା ଧମକ ପାଇଛି । ୟୁଟ୍ୟୁବର୍ ଧ୍ରୁବ ରାଠୀ ମୋ ବିରୁଦ୍ଧରେ ଏକପାଖିଆ ଭିଡିଓ ପୋଷ୍ଟ କରିବା ପରେ ଏପରି ହେବା ଦ୍ୱିଗୁଣିତ ହୋଇଯାଇଛି ।
ସ୍ୱତୀ ମାଲିୱାଲ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ଦଳର ନେତୃତ୍ୱ ତାଙ୍କୁ ଅଭିଯୋଗ ପ୍ରତ୍ୟାହାର କରାଇନେବାକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ଧ୍ରୁବ ରାଠୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କଲର ପ୍ରତିକ୍ରିୟା ଦେଇନଥିବା ସ୍ୱାତୀ ମାଲିୱାଲ କହିଛନ୍ତି । ସୂଚନା ଥାଉକି ମେ ୨୨ ତାରିଖରେ ଧ୍ରୁବ ରାଠୀ ଭିଡିଓ ପୋଷ୍ଟ କରି ସ୍ୱାତୀ ମାଲିୱାଲ୍ କେସ୍ର ବର୍ଣ୍ଣନା କରିଥିଲେ । ଧ୍ରୁବ ରାଠୀ ଦୁଇଟି ଭିଡିଓ ପୋଷ୍ଟ କରିଥିଲେ ।

ଏଥିରେ ସ୍ୱାତୀ କେଜରିୱାଲ୍ଙ୍କ ସୁରକ୍ଷାକର୍ମୀଙ୍କ ସହ ଦୁର୍ବ୍ଯବାହର କରିଥିବା କଥା କହିଥିଲେ । ଏବଂ ଘଟଣା ପରେ ସ୍ୱାତୀ ଛୋଟେଇ ଛଟୋଇ ଆସୁଥିବା କଥା କହିଥିଲେ ଓ ହେଲେ ଧ୍ରୁବ୍ ରାଠୀ ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ସେ ଆରାମ୍ରେ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ଏଥରେ ଧ୍ରୁବ ପଚାରୁଛନ୍ତି ଆମ ପାଖରେ ଦୁଇଟି ଭିଡିଓ ଅଛି । ଏଥିରେ କିଏ ସତ କହୁଛି କିଏ ମିଛ ଆପଣ ବିଚାର କରନ୍ତୁ ।
ଅନ୍ୟପଟେ ସ୍ୱାତୀ କହିଛନ୍ତି ଯେ ଧ୍ରୁବ୍ ଭିଡିଓର ସତ୍ୟାସତ୍ୟ କହି ନାହାନ୍ତି । କେବଳ ନିର୍ଦ୍ଦିଷ୍ଟ ଭିଡିଓ ଅପ୍ଲୋଡ୍ କରାଯାଇଛି ବୋଲି ସ୍ୱାତୀ ଅଭିଯୋଗ କରିଛନ୍ତି । ତେବେ ତାଙ୍କୁ ମିଳିଥିବା ଧମକ ବିଷୟରେ ସେ ଦିଲ୍ଲୀ ପୁଲିସକୁ ଜଣାଇଛନ୍ତି । ଯଦି ମୋର କିଛି ହୁଏ ତେବେ କିଏ ଏହାକୁ ଉସ୍କାଇଥିବା ସମସ୍ତେ ଜାଣିଛନ୍ତି ବୋଲି ସ୍ୱାତୀ କହିଛନ୍ତି ।
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications